ଆଜିର ରାଶିଫଳ : ଏହି ରାଶି ଥିବା ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି...

know your horoscope of January 09 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ- ସୋମବାର (୦୯-୦୧-୨୦୨୩) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ :

ମେଷ: ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ । ରଚନାତ୍ମକ କାମରେ ମନୋନିବେଶ କରିବେ । ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ । ମାନସିକ ଶାନ୍ତି ପାଇଁ ଏକୁଟିଆ ରହିବାକୁ ପସନ୍ଦ କରିବେ ।

ବୃଷ: ଆଜି ମହିଳାମାନଙ୍କୁ ଶୁଭ ଫଳ ମିଳିବ । ବିବାଦଠାରୁ ଦୂରରେ ରହନ୍ତୁ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେମିତି କଟିବ ନୂତନ ବର୍ଷ -୨୦୨୩: ଜାଣନ୍ତୁ କଣ ରହିଛି ଆପଣଙ୍କ ଭାଗ୍ୟ ଚକ୍ର ଏବଂ ୩ଟି ରାଶିର ବାର୍ଷିକ ରାଶିଫଳ…

ମିଥୁନ: ପାରିବାରିକ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବ । ବିଶେଷବ୍ୟକ୍ତିଙ୍କ ସହଯୋଗ ପାଇବେ । ଆମଦାନିରେ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ ।

କର୍କଟ: ପରିବାରବର୍ଗଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ଆର୍ଥିକ ସ୍ଥିରତା ବଜାୟ ରହିବ । ବିଜ୍ଞାନ, କଳା କ୍ଷେତ୍ରରେ ସଫଳତା ପାଇବେ । ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି ।

ସିଂହ: ଆର୍ଥିକ ଚିନ୍ତା ପାଇଁ ଅସ୍ଥିର ହୋଇପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ପାଇବେ । ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ ।

କନ୍ୟା: ପୂର୍ବ କଥାକୁ ଚିନ୍ତା କରି ଅବସାଦରେ ରହିବେ । କୋର୍ଟକଚେରୀ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ମହିଳାମାନେ ସ୍ବାଭିମାନୀ ହେବେ ।

ତୁଳା: ପରିବାର ମଧ୍ୟରେ ତିକ୍ତତା ଦେଖାଦେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନର ସମ୍ଭାବନା ଦେଖାଦେବ । ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ । ଅତିଥି ଆଗମନରେ ଉତ୍ସାହିତ ହେବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ବିଛା: ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ । ମହିଳାମାନେ ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ । ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ । ଦୀର୍ଘଦିନର ସ୍ବପ୍ନ ପୂରଣ ହେବ ।

ଧନୁ: ଅତ୍ୟଧିକ ପରିଶ୍ରମ କରି କ୍ଳାନ୍ତ ଅନୁଭବ କରିବେ । ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା କଠିନ ହୋଇପାରେ । ଛାତ୍ରଛାତ୍ରୀ ଅସ୍ଥିରମନା ହେବେ ।

ମକର: କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ । ଅଚାନକ ଧନଲାଭ ହେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହ ସାକ୍ଷାତ ହେବ । ଛାତ୍ରଙ୍କ ଲାଗି ଦିନଟି ଉତ୍ତମ । ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ ।

କୁମ୍ଭ: ପରିବାରର ଦାୟିତ୍ବଭାର ବଢ଼ିବ । ଦେହ ଓ ମନ ଭଲ ରହିବ । ବନ୍ଧୁ ସହଯୋଗରେ ଯୋଜନା ସଫଳ ହେବ । ଗୁରୁଜନଙ୍କଠାରୁ ପ୍ରେରଣା ପାଇବେ । ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ ।

ମୀନ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ । ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି । ନୂତନ ନିଯୁକ୍ତି ପାଇବାର ଯୋଗ ରହିଛି । ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ ।

Share this story

World Odia Language Conferene