ଭୟଙ୍କର ସଡକ ଦୁର୍ଘଟଣା; ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୪୦ ମୃତ, ୮୭ ଜଣ ଗୁରୁତର ଆହତ

major road accident killed 40 people on spot

ଓଡ଼ିଆ ଗସିପ ବ୍ୟୁରୋ: ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ଆଫ୍ରିକୀୟ ଦେଶ ସେଣ୍ଟ୍ରାଲ ସେନେଗାଲ୍‌ର କାଫରିନ୍‌ରେ ଘଟିଛି ଏଭଳି ଭୟଙ୍କର ସଡକ ଦୁର୍ଘଟଣା ।

ଦୁର୍ଘଟଣାରେ ପ୍ରାୟ ୮୭ ଜଣ ଯାତ୍ରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାଫରିନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କ୍ରିକେଟ ଖେଳି ଗାଁକୁ ଫେରିବାବେଳେ ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର, ଚାଲିଗଲା ୩ ଖେଳାଳିଙ୍କ ଜୀବନ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ବସର ଟାୟାର ଫାଟିଯିବା କାରଣରୁ ତାହା ଅନିୟନ୍ତ୍ରିତ ହୋଇ ଅନ୍ୟ ଏକ ବସ୍ ସହ ଧକ୍କା ହୋଇଥିଲା । ଯାହାଫଳରେ ବସରେ ଯାତ୍ରା କରୁଥିବା ୪୦ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଉଭୟ ବସ୍‌ରେ ୧୨୫ ଜଣ ଯାତ୍ରୀ ଥିଲେ, ଯେଉଁଥିରୁ ୪୦ ଜଣକ ମୃତ୍ୟୁଛି । ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣା ସ୍ଥାନୀୟ ସମୟ ରବିବାର ସକାଳ ୩.୧୫ରେ ହୋଇଥିଲା ।

Share this story

World Odia Language Conferene