କ୍ରିକେଟ ଖେଳି ଗାଁକୁ ଫେରିବାବେଳେ ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର, ଚାଲିଗଲା ୩ ଖେଳାଳିଙ୍କ ଜୀବନ

Three cricketer player died in road accident

ଓଡ଼ିଆ ଗସିପ ବ୍ୟୁରୋ: କ୍ରିକେଟ ମ୍ୟାଚ ଖେଳିସାରି ଗାଁକୁ ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ । ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର । ଚାଲିଗଲା ତିନି ଯୁବକଙ୍କ ଜୀବନ ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ପାସ୍ତିଗୁଡ଼ିଠାରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତଙ୍କ ମାନେ ହେଲେ ରକଵାହଳିର ଅକ୍ଷଗୌଡ଼, ରଘୁ ଗୌଡ଼ ଓ ଟୁଟୁ ଗୌଡ଼ ।

ତିନି ଯୁବକ ଉତ୍କେଲାରୁ କ୍ରିକେଟ୍ ମ୍ୟାଚ୍ ଖେଳି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉତେଜନା ଜାରି ରହିଛି । ଜାତୀୟ ରାଜପଥ ୨୬ ଅବରୋଧ ଯୋଗୁ କେସିଙ୍ଗା ଭବାନୀପାଟଣା ଯାତାୟାତ ବନ୍ଦ ହୋଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାସ୍ତୁ ଶାସ୍ତ୍ର: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ ଏହାର ବାସ୍ତୁ ଦୋଷର କାରଣ କଣ ରହିଛି ଏବଂ ଏହାର ନିରାକରଣ କେମିତି କରିବେ...

ସ୍ଥାନୀୟ ଲୋକମାନେ ଦୁର୍ଘଟଣାସ୍ଥଳରେ ରାସ୍ତା ବନ୍ଦ କରିଦେଇଛନ୍ତି । କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଛନ୍ତି ।

ସେହିପରି ଜଳେଶ୍ବରରେ ମଧ୍ୟ କ୍ରିକେଟ ଖେଳି ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଜଳେଶ୍ବର ଥାନା ଅଗ୍ରୱାଲ ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା ବାଇକ ଆରହିଙ୍କୁ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତରଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି ।

Share this story

World Odia Language Conferene