‘ଆକ୍ସେଞ୍ଚର’ର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ଉଦ୍‍ଘାଟନ କରି ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ  ନବୀନ
 

CM Naveen Inaugurates Accentures Advanced Technology center in Bhubaneswar
ଉଦ୍‍ଘାଟିତ ହେଲା ‘ଆକ୍ସେଞ୍ଚର’ର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର
 

ଓଡ଼ିଆ ଗସିପ୍ ବ୍ୟୁରୋ:ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଆକ୍ସେଞ୍ଚରର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଭୁବନେଶ୍ୱରରେ ଉଦଘାଟନ କରିଛନ୍ତି । ଆକ୍ସେଞ୍ଚର ହେଉଛି ବିଶ୍ଵର ଅନ୍ୟତମ ଅଗ୍ରଣୀ ବୃତ୍ତିଗତ ସେବା କମ୍ପାନୀ, ଭାରତରେ ୩ଲକ୍ଷରୁ ଊର୍ଦ୍ଧ୍ଵ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସମଗ୍ର ବିଶ୍ଵରେ ପାଖାପାଖି ୭,୪୩,୦୦୦ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତ  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଗତ ତିନି ଦଶନ୍ଧି ଧରି ଏହି ସଂସ୍ଥା ନିଯୁକ୍ତି ତଥା ନିବେଶ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ।

ଅଧିକ ପଢନ୍ତୁ : ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!

ଓଡ଼ିଶାରେ ଆକ୍ସେଞ୍ଚରର ପ୍ରତିଷ୍ଠା ଫଳରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଓଡ଼ିଶା ସମଗ୍ର ଭାରତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଏହି କେନ୍ଦ୍ରକୁ ଉଦ୍‍ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶା ବର୍ଷ-ବର୍ଷଧରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି, ଆକ୍ସେଞ୍ଚର ଓଡ଼ିଶାର ପ୍ରଗତି ଯାତ୍ରାର ଆଉ ଏକ ସଫଳ କାହାଣୀ । ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଆକ୍ସେଞ୍ଚର ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ଦ୍ଵାରା ପ୍ରଭାବିତ ହୋଇ ଭୁବନେଶ୍ବରରେ ନିଜର ନିଜର ବୈଷୟିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଛି । 

ଆମ ରାଜ୍ୟ ନୂତନ ଚିନ୍ତାଧାରା, ଉଦ୍ଭାବନ ଏବଂ ନୂତନ ଉଦ୍ୟୋଗକୁ ପ୍ରୋଶ୍ଚାହନ ଦେଇ ଦୃଢ଼ ଆତ୍ମବିଶ୍ୱାସର ସହ ଆଗକୁ ଆଗେଇଚାଲିଛି । ମୋର ଦୃଢବିଶ୍ଵାସଯେ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରି ଓଡ଼ିଶାର ବିକାଶ ଯାତ୍ରାରେ ଅଗ୍ରସର ହେବ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସେ କହିଥିଲେ, ଓଡ଼ିଶାରେ ଆକ୍ସେଞ୍ଚରର ଏହି ନୂତନ କେନ୍ଦ୍ର ରାଜ୍ୟ ସରକାରଙ୍କ ନିରନ୍ତର ପ୍ରଗତିଶୀଳ ପ୍ରୟାସର ଅନ୍ୟତମ ପ୍ରତିଫଳ ।

ଅଧିକ ପଢନ୍ତୁ : ବାପା ଓ ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବା ସହ କର୍ମରେ ଅସ୍ଥିରତା, ବାଧାବିଘ୍ନ ଦେଖା ଦେବ! ପଢନ୍ତୁ ରାଶିଫଳ 

ଉଦ୍‍ଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି (ଟ୍ରାନ୍ସଫର୍ମେସନ ଇନିସିଏଟିଭ୍‍ସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଆକ୍ସେଞ୍ଚରର ପ୍ରମୁଖ ରଣନୀତି ଅଧିକାରୀ ଡ. ଭାସ୍କର ଘୋଷ, କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜ୍ ଏବଂ ମହେଶ ଜୁରାଲେ, ଗ୍ଲୋବାଲ ନେଟୱାର୍କ ଏବଂ ଲିଡ୍ – ଆଡଭାନ୍ସ ଟେକ୍ନୋଲୋଜି ସେଣ୍ଟର, ଇଣ୍ଡିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ବିଭାଗ ପକ୍ଷରୁ ଆଇ.ଟି. / ଆଇ.ଟି.ଇ.ଏସ୍. ଓ ଇ.ଏସ୍‍.ଡି.ଏମ୍‍. କ୍ଷେତ୍ରରେ ରାଜ୍ୟକୁ ନିରନ୍ତର ବୃହତ୍ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଜାରି ରହିଛି। ଫଳରେ ନିକଟ ଅତୀତରେ ପ୍ରମୁଖ ଆଇଟି/ଆଇଟିଇଏସ୍/ଇଏସଡିଏମ ଯଥା ଆଇବିଏମ୍, ପିଡବ୍ଲ୍ୟୁସି, ଡେଲୋଇଟ୍, କନକେନ୍ଟ୍ରିକ୍ସ, ହାପିଷ୍ଟ ମାଇଣ୍ଡସ୍, ଇନଫୋସିସ୍ ବିପିଏମ, ସିନୋପ୍ସିସ୍, ଇଆଣ୍ଡୱାଇ, ଚବ୍, ଇଆଣ୍ଡୱାଇ ଏବଂ କଗ୍ନିଜେଣ୍ଟ ଭଳି ବିଶ୍ୱସ୍ତରୀୟ ବହୁରାଷ୍ଟ୍ରୀୟ ସଂସ୍ଥା ରାଜ୍ୟରେ ସେମାନଙ୍କର ଗ୍ଲୋବାଲ ଡେଭଲପମେଣ୍ଟ ଏବଂ ଆଉଟସୋର୍ସିଂ ସେଣ୍ଟର ସ୍ଥାପନ କରିଛନ୍ତି ।

ଅଧିକ ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story