ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
 

CM Announces Rs 3L Ex Gratia For Kin Of Deceased Labourers In Malkangiri Truck Mishap
ମାଲକାନଗିରି ଦୁର୍ଘଟଣା, ମୃତ୍ୟୁ ଶ୍ରମିକଙ୍କ ପରିବାରକୁ ୩ ଲକ୍ଷ ଅନୁକମ୍ପା ରାଶି 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ 8 ଜଣ ଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତାହତ ସମସ୍ତ ଶ୍ରମିକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଂଚଳର ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story