୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବସ୍‌‌ ଧର୍ମଘଟ ସ୍ଥଗିତକୁ ନେଇ ଘରୋଇ ମାଲିକ ସଂଘର ‘ୟୁ ଟର୍ଣ୍ଣ’
 

Bus Owners Association Calls For Strike From October 20
ଘରୋଇ ମାଲିକ ସଂଘର ‘ୟୁ ଟର୍ଣ୍ଣ’
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌‌। ୨୦ରୁ ରାଜ୍ୟବ୍ୟାପୀ ବସ୍‌‌ ଧର୍ମଘଟ କରିବାକୁ ରାଜ୍ୟ ଘରୋଇ ବସ୍‌‌ ମାଲିକ ସଂଘ ଘୋଷଣା କରିଛି। ସରକାରଙ୍କ ସହ ଆଲୋଚନା ପରେ ଗତ ୯ ତାରିଖରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିଲା। ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘ କହିଥିଲା। ମାତ୍ର ବୁଧବାର ସଂଘ ୟୁ-ଟର୍ଣ୍ଣ ମାରିବା ସହିତ ୨୦ରୁ ଆନ୍ଦୋଳନ ଡାକରା ଦେଇଛି। 

ଆଗକୁ ପାର୍ବଣ ଓ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶାରଦୀୟ ପୂଜା ଆରମ୍ଭ ହେଉଛି। ଲୋକମାନେ ଘରକୁ ଫେରିବା ଓ ବୁଲିବାକୁ ଯିବା ପାଇଁ ସଜ ହୋଇଛନ୍ତି। ଏହି ସମୟରେ ଘରୋଇ ବସ୍‌‌ ମାଲିକ ସଂଘର ଧର୍ମଘଟ ଡ଼ାକରା ଯୋଗୁଁ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ସାଧାରଣ ଲୋକଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଥିବା ‘ଲକ୍ଷ୍ମୀ’ ବସ୍‌‌ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏହି ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ପାଳନ କରି ନ ଥିବା ସଂଘ ଅଭିଯୋଗ କରିଛି। ଲକ୍ଷ୍ମୀ ଯୋଜନାରେ ଚଳାଚଳ କରୁଥିବା ବସ୍‌‌ ଭଡ଼ା ଢ଼େର କମ୍‌‌ ରହୁଛି। 

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଥିବା ବେଳେ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡ଼ୁଛି। ଏହାଦ୍ୱାରା ଘରୋଇ ବସଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ ଆଶଙ୍କା କରିଛି। ‘ଲକ୍ଷ୍ମୀ’ ବସ୍‌‌ ଚଳାଚଳ ବିରୋଧରେ ଘରୋଇ ବସ୍‌‌ ମାଲିକ ସଂଘ ପୂର୍ବରୁ ଧର୍ମଘଟ ଡାକରା ଦେଇଥିଲା; କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଧର୍ମଘଟକୁ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ମାତ୍ର ବସ୍‌‌ ମାଲିକ ସଂଘ ଅତର୍କିତ ଭାବରେ ପୁନର୍ବାର ଆନ୍ଦୋଳନ ଡ଼ାକରା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ଘରୋଇ ବସ୍‌‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ମାଲିକମାନଙ୍କର ସମସ୍ୟାକୁ ଦେଖି ଏହି ନିଷ୍ପତ୍ତି ନେଇଛି। ଏହି ଧର୍ମଘଟ ଯୋଗୁଁ ଯଦିଓ ଜନସାଧାରଣଙ୍କର ସମସ୍ୟା ହେବ, ତଥାପି ସଂଘ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ରାଜ୍ୟରେ ୮ ହଜାର ବସ୍‌‌ ମାଲିକଙ୍କର ୧୪ ହଜାର ବସ୍‌‌ ରହିଛି। ଲକ୍ଷ୍ମୀବସ୍‌‌ ଯୋଗୁଁ ମାଲିକମାନେ ଗୁରୁତର କ୍ଷତି ସହିବେ। 

ସରକାର କେବଳ ପଞ୍ଚାୟତରୁ ବ୍ଲକକୁ ବସ୍‌‌ ଚଲାଇବାକୁ କହିଥିଲେ। କିନ୍ତୁ ବ୍ଲକରୁ ଜିଲ୍ଲାକୁ ବସ୍‌‌ ସେବା ଆରମ୍ଭ କରିଛନ୍ତି। ଯଦି ରାଜ୍ୟ ସରକାର ସଂଘ ସହ ଆଲୋଚନା କରି ବ୍ଲକରୁ ଜିଲ୍ଲାକୁ ବସ୍‌‌ ସେବା ବନ୍ଦ କରନ୍ତି ତେବେ ଏହି ଆନ୍ଦୋଳନ ବନ୍ଦ ହେବ। ନଚେତ ବସ ସେବା ବନ୍ଦ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

Share this story