ଜୀବନ ଯାଇଛି ସତ କିନ୍ତୁ ଏବେ ବି ଜୀବିତ, ୭ ଜଣଙ୍କୁ ଦେଲେ ନୂଆ ଜୀବନ
 

Brain-dead woman donates organs to save 7 patients in Odisha
ଜୀବନ ଯାଇଛି ସତ କିନ୍ତୁ ଏବେ ବି ଜୀବିତ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୃତ୍ୟୁ ପରେ ବି ଅମର । ଜୀବନ ଯାଇଛି ସତ ହେଲେ ଅନେକ ଜଣଙ୍କ ଶରୀରରେ ସେ ଏବେବି ଜୀବିତ । ବ୍ରେନ ଡେଡ୍ ମହିଳାଙ୍କ ଅଙ୍ଗଦାନ ଫଳରେ ୭ ଜଣ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । 

ଅଧିକ ପଢନ୍ତୁ : ଜୀବନସାଥୀ ଜୀବିତ ଥିଲେ ମଧ୍ୟ ମୃତ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ମିଳିପାରିବ କି ଅନୁକମ୍ପାମୂଳକ ନିଯୁକ୍ତି, ଜାଣନ୍ତୁ... 

ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ ହାମରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରାଯାଇଥିଲା ।

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

୨ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ନେଇ ଘୋଷଣା କରିଥିଲେ ଡାକ୍ତର । ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ଆଉ ରିକଭରି କରାଯାଇ ପାରିବ ନାହିଁ ବୋଲି କହିଥିଲେ ଡାକ୍ତର ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story