ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ଘଟଣା: ଖେଳଣା ପାଇଁ ହାଣିଦେଲା ପ୍ରେମିକ

Bolangir murder case Girlfriend conspired to kill Rajat reveals investigation

ଓଡ଼ିଆ ଗସିପ୍ ବ୍ୟୁରୋ: ବଲାଙ୍ଗିର ଯୁକ୍ତ ଦୁଇ ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଛାତ୍ରୀ ଶେଷାଦ୍ରୀ ନାଗ ହତ୍ୟା ମାମଲାରେ ବୟଫ୍ରେଣ୍ଡ ମିଳନ ରଣାକୁ ଗିରଫ କରିଛି ପୋଲିସ୍ । ଯୁକ୍ତିତର୍କ ଓ ବଚସାରୁ ଶେଷାଦ୍ରୀଙ୍କୁ ମିଳନ ହତ୍ୟା କରିଥିବା ପୋଲିସ୍ କହିଛି । ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପୋଲିସ ତାର ତଦନ୍ତକୁ ଜୋରଦାର କରୁଛି ।

ଅଧିକ ପଢ଼ନ୍ତୁକାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

ସୂଚନା ମୁତାବକ ଦୁଇ ଦିନ ତଳେ ବଲାଙ୍ଗିର ନିଖିଲନଗର ଅଞ୍ଚଳରେ ରହୁଥିବା ଶେଷାଦ୍ରୀଙ୍କ ଘରକୁ ଯାଇଥିଲା ମିଳନ । ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ପରେ ଦୁଇଜଣଙ୍କ ମଧ୍ୟରେ ଖୁବ୍‌ ଜୋରରେ ଝଗଡ଼ା ହେବା ଫଳରେ ଶେଷାଦ୍ରୀ ମିଳନଙ୍କ ଠାରୁ ସମ୍ପର୍କ ତୁଟାଇବାକୁ ଚାହିଁଥିଲେ ।

ଅଧିକ ପଢ଼ନ୍ତୁବନ୍ଦ ହୋଇଯିବ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ: ଶସ୍ତାରେ ମିଳିବନି ଡ୍ରେସ, ଚଟପଟା ଖାଇବାର ମଜା

ପରେ ପରେ ମିଳନ ଦେଇଥିବା ସମସ୍ତ ଜିନିଷକୁ ଶେଷାଦ୍ରୀ ଫେରାଇ ଦେବାକୁ ସ୍ଥିର କରିଥିଲେ । ସମ୍ପର୍କ ତୁଟାଇବା ପାଇଁ ମିଳନ ଦେଇଥିବା ଟେଡି ବିଅରକୁ ଶେଷାଦ୍ରୀ ସଙ୍ଗେସଙ୍ଗେ ଫେରାଇ ଦେଇଥିଲେ । ଏହାକୁ ନେଇ ଉତକ୍ଷିପ୍ତ ବୟଫ୍ରେଣ୍ଡ ଶେଷାଦ୍ରୀଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ।

ଅଧିକ ପଢ଼ନ୍ତୁଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ପରେ କଟୁରୀକୁ ପାଖରେ ଥିବା ପାହାଡ଼ରେ ଲୁଚାଇ ଦେଇ ଫେରାର ମାରିଥିଲା । ଅନ୍ୟ ରାଜ୍ୟକୁ ଯିବାକୁ ଯୋଜନା କରୁଥିବା ମିଳନକୁ ଧରିଛି ପୋଲିସ । କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତଦନ୍ତ ଜାରି ରଖିଛି ।

 

 

 

Share this story