ବାନ୍ଧୁଥିଲେ ଏବେ ବନ୍ଧାହେଲେ, ଚାକିରିରୁ ବହିଷ୍କୃତ ହେଲେ କୁବେର IIC ସୁଶାନ୍ତ ଶତପଥୀ
 

Boipariguda PS IIC Sushant Kumar Satpathy dismissed from job
ବାନ୍ଧୁଥିଲେ ଏବେ ବନ୍ଧାହେଲେ,
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ଆଧାରରେ ଆକ୍ସନ । ପୋଲିସ ଚାକିରିରୁ ବହିଷ୍କୃତ ହେଲେ ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ। ସୁଶାନ୍ତଙ୍କୁ ଚାକିରୀରୁ ବହିଷ୍କୃତ କଲେ ଡିଜିପି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ତାଙ୍କଠାରୁ ୩୭ ଲକ୍ଷରୁ ଅଧିକ ନଗଦ ଟଙ୍କା ମିଳିଥିଲା । ଭିଜିଲାନ୍ସ ଗିରଫ କରିବା ପରେ ସୁଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ସୂଚନାଯୋଗ୍ୟ, ଗତ ସପ୍ତାହରେ ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀ ବୈପାରିଗୁଡାରୁ ଏକ ଘରୋଇ ବସରେ ନିଜ ଘର କଟକ ଯାଉଥିବା ବେଳେ ଜୟପୁର ନିକଟରେ ତାଙ୍କୁ ଅଟକାଇ ଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା । 

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ପରେ ତାଙ୍କୁ ସରକାରୀ ବାସଭବନ, ଅଫିସ ଚାମ୍ବର ଓ କଟକ ସ୍ଥିତ ବାସଭବନରେ ଭିଜିଲାନ୍ସ ଖାନତଲାସୀ କରି ଲକ୍ଷ ଲକ୍ଷ ଟଙ୍କା ଠାବ କରିଥିଲା । ଏତେ ଟଙ୍କା ସେ କୁଆଡୁ ପାଇଲେ ସେ ନେଇ ସୁଶାନ୍ତ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ

ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୋଲିସ ଡିଜିପିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ । ପୂର୍ବରୁ ଚାକିରୀ କାଳରେ ନିଜର ଅଶୋଭନୀୟ ଆଚରଣ ପାଇଁ ୩ ଜିଲ୍ଲାର ଏସ୍ପି ସୁଶାନ୍ତଙ୍କୁ ବ୍ଲାକମାର୍କ ଦେଇଥିଲେ ।

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟରେ ଅବନତି ସହ ପାରିବାରିକ ଅଶାନ୍ତି ଲାଗି ରହିବ, ପଢନ୍ତ ଆଜିର ରାଶିଫଳ 
 

Share this story