ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ, ବିଜେଡ଼ି ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ଜାଣନ୍ତୁ କଣ ଆୟୋଜନ କରାଯାଉଛି
 

Biju Jayanti to be celebrated across Odisha on March 5
ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତାକାଲି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ରାଷ୍ଟ୍ରବାଦୀ ନେତା ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ । ଏହାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ, ବ୍ଲକ, ସହରାଞ୍ଚଳ ଓ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ଯ ସ୍ତରରେ ମହାସମାରୋହରେ ପାଳନ କରାଯିବ । 

ଆଧିକ ପଢନ୍ତୁ :ମାସଟି ଏହି ରାଶି ପାଇଁ ସବୁଠୁ ଭାଗ୍ୟଶାଳୀ ରହିବା ସହ ଅଟକି ଥିବା କାର୍ଯ୍ୟ ପୂରା ହେବ! ପଢନ୍ତୁ ଆଜିର ରାଶିଫଳ 

ପ୍ରଭାତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ କରାଯିବ। ସେହିପରି ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରାଯାଉଛି ।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ଅପରାହ୍ନରେ ସାଧାରଣ ସଭା ଆୟୋଜନ କରାଯିବ। ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିବେ ।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story