ସୁନ୍ଦରୀ ତରୁଣୀଙ୍କ ନିଶାରେ ଭୁବନେଶ୍ୱର, ବର୍ଷକରେ ଅଦୃଶ୍ୟ ସୁନ୍ଦରୀ ନେଲେଣି ଦେଢ଼କୋଟି

Bhubaneswarities is addicted to beautiful young women

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀରେ ଥମୁନି ସାଇବର୍‌‌ ଠକେଇ । ଗତ ୩ ମାସରେ ରାଜଧାନୀରୁ ୫ କୋଟି ଠକେଇ ହୋଇଛି । ଜାନୁଆରୀ ମାସରେ ୧ କୋଟି ୮୭ ଲକ୍ଷ ୫୨ହଜାର ୯୧୮ ଟଙ୍କା ଠକେଇ ହୋଇଥିବା ବେଳେ ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା ।

ସେଭଳି ମାର୍ଚ୍ଚ ମାସରେ ସର୍ବାଧିକ ୨ କୋଟି ୨୦ ଲକ୍ଷ ୧୭ହଜାର ୮୬୯ ଟଙ୍କା ଠକେଇ ହୋଇଥିଲା । ସେହିପରି ଗତ ଦୁଇବର୍ଷରେ ଭୁବନେଶ୍ୱରୁ ୨୧କୋଟି ଟଙ୍କା ନେଇଗଲେଣି ଠକ । ୨୦୨୨ ମସିହାରେ ରାଜଧାନୀରୁ ୧୩ କୋଟି ଠକେଇ ହୋଇଥିବା ବେଳେ ୨୦୨୧ରେ ୮କୋଟି ଟଙ୍କା ଠକେଇ ହୋଇଥିଲା ।

ଆହୁରି ପଢ଼ନ୍ତୁ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅତିକ୍ ଅହମ୍ମଦ ଓ ଅଶରଫଙ୍କୁ ହତ୍ୟା କରିଥିବା ତିନି ଯୁବକ କିଏ ? କାହିଁକି ମାରିଲେ, କ’ଣ ଥିଲା ସେମାନଙ୍କ ଉଦ୍ଦେଶ୍ୟ ?

ବିହାର, କୋଲକାତା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଜମତରା ଗ୍ୟାଙ୍ଗ୍‌‌ ଠକେଇ କରିଥିଲେ । ସେହିପରି, ସାମାଜିକ ଗଣମାଧ୍ୟମରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ । ଡିଜିଟାଲ୍‌‌ ପ୍ଲାଟ୍‌‌ଫର୍ମକୁ ପ୍ରଥେୟ କରି ଅଶ୍ଲୀଳ ଚାଟ୍‌‌କରି ନେଇଯାଉଛନ୍ତି ଲକ୍ଷଲକ୍ଷ ଟଙ୍କା ।

ସାରାରାଜ୍ୟରେ ଡିଜିଟାଲ୍‌‌ ସୁନ୍ଦରୀ ଏବେ ଫେକ୍‌‌ ଆକାଉଣ୍ଟ ଜରିଆରେ ଅଶ୍ଲୀଳ ଭିଡ଼ିଓ ଚାଟିଂ କରି ବ୍ଲାକମେଲିଂ କରୁଛନ୍ତି ଓ ଟଙ୍କା ଲୁଟି ନେଉଛନ୍ତି । ଏଥିରେ ଯୁବବର୍ଗଠୁ ବୟସ୍କ ଫସି ହରାଉଛନ୍ତି ଟଙ୍କା । ବର୍ଷେ ଭିତରେ ଦେଢ଼କୋଟି ଟଙ୍କା ମାୟାବିନୀ ସୁନ୍ଦରୀ ନେଇଇଥିବା ଅଭିଯୋଗ ହୋଇଛି । ବିଏସ୍‌‌ଏନ୍‌‌ଏଲ୍‌‌ର ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୫ ଲକ୍ଷ ଟଙ୍କା ଠକେଇକରି ନେଇଥିଲେ ।

ସେପରି ମାଟ୍ରିମୋନି ସାଇଟ୍‌‌ରେ ଝିଅ ଖୋଜୁଖୋଜୁ ବିଦେଶିନୀଙ୍କ ହାବୁଡ଼ରେ ପଡ଼ିଥିଲେ ଆଇଟି ପ୍ରଫେସନାଲ ରାମଚନ୍ଦ୍ର ମହାପାତ୍ର । ମାୟାବିନୀ ସୁନ୍ଦରୀ କାଲିଫର୍ନିଆର ଏମ୍‌‌ବିବିଏସ୍‌‌ ଡାକ୍ତର ଥିବା ପ୍ରିୟା ଗୁପ୍ତା ପରିଚୟ ଦେଇ ୨୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଜାହଲାଦ ସ୍ୱାମୀ ! ସ୍ତ୍ରୀ ସରକାରୀ ନର୍ସ ଚାକିରି କରିବାକୁ କହିବାରୁ କାଟିଦେଲା ହାତ

ଏଥିସହ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଯାଇଥିବା ବେଳେ ଇଲେକ୍ଟ୍ରିକାଲ ଠିକାଦାର ଜ୍ଞାନରଞ୍ଜନ ଦାସଙ୍କୁ ଇଂଲଣ୍ଡ ବିଦେଶିନୀ ‘ସିଲାଇନ ଜୁଲି ଆଣ୍ଟ୍ରସନ’ ପରିଚୟ ଦେଇ ୫ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ ।

ସେହିପରି ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ସାଢ଼େ ୯ ଲକ୍ଷ ଠକେଇ ହୋଇଥିବା ବେଳେ ବିଟେକ ଛାତ୍ର କିଶନ କୁମାର ବେହେରାଙ୍କୁ ସେୟାର ବଜାରରେ ଟଙ୍କା ନିବେଶ କରାଇବାକୁ କହି ୨ ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଇଥିଲେ ସାଇବର୍‌‌ ଠକ ।

Share this story

World Odia Language Conferene