କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅତିକ୍ ଅହମ୍ମଦ ଓ ଅଶରଫଙ୍କୁ ହତ୍ୟା କରିଥିବା ତିନି ଯୁବକ କିଏ ? କାହିଁକି ମାରିଲେ, କ’ଣ ଥିଲା ସେମାନଙ୍କ ଉଦ୍ଦେଶ୍ୟ ?

why atik asraf was killed and what is the motive behind it

ଓଡ଼ିଆ ଗସିପ ବ୍ୟୁରୋ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି । ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ଭାଇ ଅଶରଫ ହତ୍ୟାକାଣ୍ଡ ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପୁଲିସ ଏନ୍‌କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି । ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଛି । ତେବେ ମାଫିଆ ଡନ୍ ଅତିକ ଓ ଅସରଫଙ୍କୁ ତିନି ଯୁବକ କାହିଁକି ମାରିଲେ? ଏହା ଯୋଗୀ ସରକାର, ୟୁପି ପୋଲିସ ସହାୟତାରେ ତିନି ଯୁବକଙ୍କ ଯୋଜନାବଦ୍ଧ ହତ୍ୟାକାଣ୍ଡ କି ଆଉ କିଛି କାରଣ ରହିଛି ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୂଲିସ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିବା ତିନିଜଣ ଯୁବକଙ୍କ ପରିଚୟ ଜଣାପଡିଛି । ଏହି ତିନି ଅଭିଯୁକ୍ତ ହେଉଛନ୍ତି ଲଭଲେସ ତିଓ୍ବାରୀ (୨୨), ମୋହିତ ଓରଫ୍ ସନି ସିଂହ (୨୩) ଓ ଅରୁଣ କୁମାର ମୌର୍ଯ୍ୟ (୧୮) ।

ଆହୁରି ପଢ଼ନ୍ତୁ: ରାତି ଅଧରେ ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇଥିଲେ, ଆଜି କୂଅ ଭିତରୁ ମିଳିଲା ମୃତଦେହ

ଏହି ତିନି ଅଭିଯୁକ୍ତ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଆସିଥିଲେ । ଲଭଲେସ ତିଓ୍ବାରୀ ବାନ୍ଦା ଜିଲ୍ଲାର ହୋଇଥିବା ବେଳେ ସନି ସିଂହ ହମିରପୁର ଓ ଅରୁଣ କୁମାର ମୌର୍ଯ୍ୟ କାସଗଞ୍ଜ ନିବାସୀ ବୋଲି ଜଣାପଡ଼ିଛି । ୟୁପି ପୁଲିସ୍ ଓ ଏସଟିଏଫ୍ ଟିମ୍ ତିନିଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ଜେରା ବେଳେ ସେମାନେ କହିଛନ୍ତି ଯେ ରାତାରାତି ବିଖ୍ୟାତ ହେବା ପାଇଁ ସେମାନେ ଅତିକ୍ ଏବଂ ଅଶରଫଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ।

ଝାନସିରେ ହୋଇଥିବା ଏନକାଉଣ୍ଟରରେ ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ଓ ତାର ସୁଟର ପାର୍ଟନର ଗୁଲାମ ନିହତ ହେବାର ଦୁଇ ଦିନ ପରେ ଶନିବାର ଦିନ ପ୍ରୟାଗରାଜରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଗ୍ୟାଙ୍ଗଷ୍ଟର ଅତିକ୍ ଓ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆକ୍ରମଣକାରୀ ଯୁବକମାନେ ସାମ୍ବାଦିକ ବେଶରେ ଆସିଥିଲେ ।

ପଚରାଉଚରା ବେଳେ ପୁଲିସକୁ ଅଭିଯୁକ୍ତ କହିଛନ୍ତି ଯେ ସେମାନେ ଅତିକ୍-ଅଶରଫ୍ ଗ୍ୟାଙ୍ଗର ମୂଳପୋଛ କରିବାକୁ ଚାହୁଁଥିଲେ । ମାଫିଆ ଜଗତରେ ନାଁ କରିବା ଉଦ୍ଦେଶ୍ୟରେ ଅତିକ୍ ଓ ତାଙ୍କ ଭାଇଙ୍କୁ ହତ୍ୟା କରିବାକୁ ସେମାନେ ଚାହୁଁଥିଲେ । ଅତିକ୍ ଓ ଅଶରଫ ହତ୍ୟା ନେଇ ଏକ ଏଫ୍ଆଇଆର୍ ମଧ୍ୟ ରୁଜୁ ହୋଇଛି ।

ପଚରାଉଚରା ବେଳେ ଏହି ତିନିଜଣ ପୁଲିସକୁ କହିଛନ୍ତି ଯେ, ଅତିକ୍ ଏବଂ ଅଶରଫଙ୍କୁ ପୁଲିସ ହେପାଜତକୁ ନିଆଯିବା ପରେ ଆମେ ନିଜକୁ ସ୍ଥାନୀୟ ସାମ୍ବାଦିକ ଭାବେ ପରିଚୟ ଦେଇ ମିଡ଼ିଆ ପ୍ରତନିଧିଙ୍କ ଭିଡ଼ରେ ରହି ଉଭୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲୁ । ତିନି ଅଭିଯୁକ୍ତ ଯୁବକଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଅତିକ୍ ଅହମ୍ମଦଙ୍କ ମୁଣ୍ଡକୁ ଗୁଳି କରିଥିବା ଲଭଲେସ ତିଓ୍ବାରୀ ଜଣେ ନିଶାସକ୍ତ ଯୁବକ ।

ଆହୁରି ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା, ବ୍ରିଜର ରେଲିଂ ଭାଙ୍ଗି ନଦୀକୁ ଖସିପଡିଲା ଟ୍ରାକ୍ଟର, ୧୩ ମୃତ

ଏହି ଚାଞ୍ଚଲ୍ୟକର ଘଟଣା ପରେ ଉତ୍ତର ପ୍ରଦେଶ ସବୁ ଜିଲ୍ଲାରେ ଧାରା ୧୪୪ ଜାରି କରାଯାଇଛି । ପ୍ରମୁଖ ସର୍ବସାଧାରଣ ସ୍ଥାନ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାକୁ ଅତି ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ ନ୍ୟାୟିକ କମିଶନ ଗଠନ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ୩ ବିଚାରପତି ଏହାର ତଦନ୍ତ କରିବେ ।

୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ଏବଂ ଚଳିତ ବର୍ଷ ଫେବୃଆରୀରେ ବିଏସପି ନେତାଙ୍କ ହତ୍ୟା ଘଟଣାରେ ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଅତିକ୍ ଅହମ୍ମଦ । ତାଙ୍କ ନାଁରେ ୧୦୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଥିଲା ।

Share this story

World Odia Language Conferene