World Odia Language Conferene

ଭୟଙ୍କର ସଡ଼କ ଦୁର୍ଘଟଣା, ବ୍ରିଜର ରେଲିଂ ଭାଙ୍ଗି ନଦୀକୁ ଖସିପଡିଲା ଟ୍ରାକ୍ଟର, ୧୩ ମୃତ

tractor feel from bridge 13 died

ଓଡ଼ିଆ ଗସିପ ବ୍ୟୁରୋ: ଡାଲା ସହ ଏକ ଟ୍ରାକ୍ଟର ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁରର ବୀରସିଂହପୁର ଗାଁରେ ।

ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟରର ଟ୍ରଲିଟି ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା । ଟ୍ରଲିରେ ୪୦ ଜଣ ବ୍ୟକ୍ତି ବସିଥିବା ବେଳେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଆଜିଠୁ ନୂଆପାଞ୍ଜି: ଜାଣନ୍ତୁ ଏ ବର୍ଷ କେଉଁଠି ହେବ ବାତ୍ୟା, ଭୂମିକମ୍ପ...ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

ଦୁର୍ଘଟଣାରେ ପ୍ରାୟ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଭାଗବତ ପାରାୟଣ ପାଇଁ ଗରରା ନଦୀକୁ ଜଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଅଚାନକ ଟ୍ରାକ୍ଟରର ଟ୍ରଲି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା, ତାତି ରୁ ମିଳିବ ଶାନ୍ତି...

ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଲୋକ ସନୋରା ଗାଁର ଅଟନ୍ତି । ସୂଚନା ଅନୁସାରେ ଏହି ଗାଁର ଲୋକମାନେ ଯଜ୍ଞ ପାଇଁ ନଦୀରୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

Share this story