World Odia Language Conferene

ରାତି ଅଧରେ ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇଥିଲେ, ଆଜି କୂଅ ଭିତରୁ ମିଳିଲା ମୃତଦେହ

Sanatan death is suicide or mudered reality still uncertain

ଓଡ଼ିଆ ଗସିପ ବ୍ୟୁରୋ: ସାଙ୍ଗକୁ ସାହାଯ୍ୟ କରିବା ମହଙ୍ଗା ପଡ଼ିଲା । ସକାଳୁ କୂଅ ଭିତରୁ ମିଳିଲା ଯୁବକଙ୍କ ମୃତ ଦେହ । ମୃତ ଯୁବକ ଜଣକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁର ସନାତନ ଗୌଡ଼(୨୫) ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ସନାତନ ଓ ସାଙ୍ଗ ଆକାଶ ଉଭୟେ ଆକାଶଙ୍କ ବଡ଼ଭାଇ ଭଲ ପାଉଥିବା ପଡୋଶୀ ଗାଁର ଜୈନିକ ଝିଅକୁ ନେଇ ଫେରାର ହେଉଥିବା ବେଳେ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ନେବାକୁ ଯାଇଥିଲେ । କିନ୍ତୁ ଆକାଶଙ୍କ ବଡ଼ ଭାଇ ନ ବୁଝିବାରୁ ଆକାଶ ବାଇକ ଯୋଗେ ନାରାୟଣୀ ଛକରେ ଉଭୟ ପ୍ରେମିକ ପ୍ରେମିକାଙ୍କୁ ଛାଡି ଫେରି ଆସିଥିଲେ ।

ଆହୁରି ପଢ଼ନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା, ବ୍ରିଜର ରେଲିଂ ଭାଙ୍ଗି ନଦୀକୁ ଖସିପଡିଲା ଟ୍ରାକ୍ଟର, ୧୩ ମୃତ

କିନ୍ତୁ ସନାତନ ସେମାନଙ୍କ ସହ ସାଙ୍ଗରେ ନ ଯାଇ କୈରାସୀ ଛକରେ ଅପେକ୍ଷା କରି ରହିଥିଲା । ଆକାଶ ନାରାୟଣୀ ଛକରୁ ଫେରି କୈରାସୀ ଛକରେ ସନାତନଙ୍କୁ ନ ଦେଖି ଘରକୁ ଚାଲିଆସିଥିଲେ ।

କିନ୍ତୁ ରାତିରେ ସନାତନ ଘରକୁ ଫେରି ନ ଥିବା ଜଣାପଡିବା ପରେ ସକାଳେ ସନାତନଙ୍କ ପରିବାର ସାଥିରେ ଆକାଶ ଖୋଜାଖୋଜି କରିବା ସହ ଯେଉଁ ସ୍ଥାନରେ ଛାଡିଥିଲେ ସେହି ପାଖରେ ଥିବା କୂଅ ନିକଟରେ ସନାତନଙ୍କ ଚପଲ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଦମକଳ ବାହିନୀ ଏବଂ ପୁଲିସକୁ ଜଣାଇଥିଲେ । ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସନାତନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସ୍ୱପ୍ନରେ ଆପଣ ହାତରୁ ଖସିପଡୁଛି କି ଏହି ଜିନିଷ; ସାବଧାନ! ଆସିପାରେ ବଡ଼ ବିପଦ

ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ସନାତନଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ଜନିତ ତାହା ଏବେ ସନ୍ଦେହ ଘେରରେ । ଏନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ ହୋଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

Share this story