ପୋଲିସ ବାବୁଙ୍କ ଘରେ ସେକ୍ସ ରାକେଟ ଠାବ, ଦୁଇ ବଙ୍ଗୀୟ ଦେହଜୀବୀ ଉଦ୍ଧାର, ଦଲାଲ ଗିରଫ

Bhabanipatna Ramnagar Pada sex racket youth arrested with 2 Bengali young women
ପୋଲିସ ବାବୁଙ୍କ ଘରେ ସେକ୍ସ ରାକେଟ ଠାବ

ଓଡ଼ିଆ ଗସିପ୍ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗରପଡ଼ାରେ ଏକ ସେକ୍ସ ରାକେଟ ଉପରେ ଚଢ଼ଉ କରି ଟାଉନଥାନା ପୁଲିସ ଜଣେ ଦଲାଲ ଓ ଦୁଇଜଣ ବଙ୍ଗୀୟ ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଏହି ଘଟଣାରେ ଦଲାଲକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂଚନା ଅନୁଯାୟୀ, ସ୍ଥାନୀୟ ରାମନଗର ଜଣେ ଅବସରପ୍ରାପ୍ତ ପୁଲିସ ଡିଏସପିଙ୍କ ଘରଭଡା ନେଇ ଭବାନୀପାଟଣା ଟିଭି ସେଣ୍ଟରପଡ଼ାର ବିବେକ ବିଶୋଇ ଓରଫ ବିଟୁ ବଙ୍ଗୀୟ ଯୁବତୀମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇଥିଲା। ଏହି ଦୁଇ ମହିଳା ପଶ୍ଚିମବଙ୍ଗ ଉତ୍ତରଛବିଶ ଜିଲ୍ଲା ଗାଇଘାଟ ଥାନା ଅଞ୍ଚଳର ଜଣେ ୩୭ ବର୍ଷର ମହିଳା ଓ ନାଦିଆ ଜିଲ୍ଲା ହସଖାଲି ଥାନା ଅଞ୍ଚଳର ୩୨ ବର୍ଷର ଜଣେ ମହିଳା ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ଟାଉନଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ଗତକାଲି ଚଢ଼ଉ କରିଥିଲା। ଏହି ଚଢ଼ଉ ପରେ ୨ଜଣ ବଙ୍ଗୀୟ ମହିଳା ଓ ବିବେକ ବିଶୋଇଙ୍କୁ ଥାନାକୁ ଆଣି ଅଟକ ରଖାଯାଇଥିଲା। ପୁଲିସ ବିବେକ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨ ବଙ୍ଗୀୟ ମହିଳାଙ୍କୁ ପୁଲିସ ଅଟକ ରଖିଛି।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ରଫାଦଫା କରିବା ଅଭିଯୋଗ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଟାଉନଥାନା ପୁଲିସ ଆଇଆଇସିଙ୍କ ଅନୁଯାୟୀ ଏହି ଘଟଣାରେ ବିବେକ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ ୨ ଜଣ ବଙ୍ଗୀୟ ମହିଳାଙ୍କୁ ପଚରାଉଚରା ଚାଲିଛି। ତେବେ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ କେବେ ଗିରଫ କରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Share this story