ଶିକ୍ଷୟତ୍ରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚନେଲା ବେଳେ ବରିଷ୍ଠ କିରାଣୀକୁ ମାଡ଼ିବସିଥିଲା ଭିଜିଲାନ୍ସ 

Beo office senior clerk in vigilance net
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ BEO ଅଫିସର ବରିଷ୍ଠ କିରାଣୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ BEO ଅଫିସ ବରିଷ୍ଠ କିରାଣୀ । ହରଭଙ୍ଗା BEO ଅଫିସ ବରିଷ୍ଠ କିରାଣୀ ରବିନାରାୟଣ ପାଢ଼ୀ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚନେଲା ବେଳେ ଭିଜିଲାନ୍ସ  ଜାଲରେ ପଡ଼ିଛନ୍ତି।

ଅଧିକ ପଢନ୍ତୁ : ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍‌ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ

ସୂଚନା ଅନୁଯାୟୀ, ରବିନାରାୟଣ ଶିକ୍ଷୟତ୍ରୀ ଅନୁସୟା ନାଏକଙ୍କୁ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । 

ଅଧିକ ପଢନ୍ତୁ : ଏହି ୪ ରାଶିଙ୍କ ପାଇଁ ସତର୍କ ଘଣ୍ଟି, ବୁଧଙ୍କ ଚଳନ ଯୋଗୁଁ ବିବାଦ ସହ ଧନହାନୀର ରହିଛି ଯୋଗ!

ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଅନୁସୟା ରବିନାରାୟଣଙ୍କୁ ଆଜି ୨୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ  ରବିନାରାୟଣଙ୍କ  ବୁଟୁପାଲିସ୍ଥିତ ବାସଭବନରେ ବି ଚଢାଉ କରିଥିଲା। ଏହି ଚଢାଉରେ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।

ଅଧିକ ପଢନ୍ତୁ : ସୃଷ୍ଟି ହେବ ଗଜକେଶରୀ ରାଜଯୋଗ, ଚମକିବ ୪ ରାଶିଙ୍କ ଭାଗ୍ୟ! ଜାଣନ୍ତୁ କେବେ ?
 

Share this story