ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବେ ପରିଚିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ
 

Baramunda ISBT To Be Named After B R Ambedkar
ଆମ୍ବେଦକରଙ୍କ ନାଁରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ । ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବରେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା ସମର୍ପିତ ସମାଜ ସଂସ୍କାରକ ଥିଲେ। ସମାଜର ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ। ଏକ ନ୍ୟାୟ ପୂର୍ଣ୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି।

ଅଧିକ ପଢନ୍ତୁ :କ୍ୟାରିୟରକୁ ନେଇ ଚିନ୍ତିତ ରହିବା ସହ ଏହି ରାଶିର ଲୋକଙ୍କ ଅଯଥା ଖର୍ଚ୍ଚ ବଢ଼ିବ! ପଢନ୍ତୁ ଆଜିର ରାଶିଫଳ 

ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ. ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶ କୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ। 

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟ ଓ ବୁଧ, ବୁଦ୍ଧାଦିତ୍ୟ ରାଜଯୋଗ ଫଳରେ ଖୁବଶୀଘ୍ର ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ!

ଭାରତୀୟ ସମ୍ବିଧାନ ର ଏକ ନକଲ ସହିତ ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ। ୧୫.୫ ଏକର ପରିମିତ ଜମିରେ ନିର୍ମିତ ଏହି ବସଷ୍ଟାଣ୍ଡ ଦୈନିକ ତିରିଶ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

Share this story