ବସଷ୍ଟାଣ୍ଡରେ ଏକ ପାଷ୍ଟିକ ବ୍ୟାଗରୁ ୪ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ବସ୍ ହେଲପର
 

Baby girl rescued from busstand in odisha champua
ପାଷ୍ଟିକ ବ୍ୟାଗରୁ ୪ ମାସର ଶିଶୁ କନ୍ୟାକୁ ଉଦ୍ଧାର

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବସଷ୍ଟାଣ୍ଡରେ ପଡିଥିବା ଏକ ପାଷ୍ଟିକ ବ୍ୟାଗରୁ ଚାରିମାସର ଶିଶୁକୁ ଉଦ୍ଧାର କଲେ ବସ୍ ହେଲପର । ଚମ୍ପୁଆରର ଥିବା ବସଷ୍ଟାଣ୍ଡରେ ଗାଡିପଛ ପଟେ ଥିବା ପଡିଥିବା ଏକ ପାଷ୍ଟିକ ବ୍ୟାଗ ମଧ୍ୟରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି ।

ଅଧିକ ପଢନ୍ତୁ :ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!

ସୂଚନା ଅନୁସାରେ ଚମ୍ପୁଆ ବସଷ୍ଟାଣ୍ଡରେ ରାତ୍ର ରହଣି କରିଆସୁଥିବା ଧବଳେଶ୍ଵର ନାମକ ବସ ସନ୍ଧ୍ୟା ୫.୪୫ଘଟିକାରେ ପହଞ୍ଚିବାପରେ ଗାଡିର ହେଲପର ଗୁଡ଼ୁ ମହାରଣା ଗାଡିକୁ ଧୂଆପୋଛା କରିବାପରେ ରାତି ନଅ ଘଟିକାରେ ପାଖ ହୋଟେଲକୁ ଖାଇବାକୁ ଯାଇଥିଲେ । ହେଲପର ମହାରଣା ଖାଇସାରି ଫେରିଲା ପରେ ଗାଡି ନିକଟରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ବସ ପଛପାଖରେ ପଡିଥିବା ଏକ ବ୍ୟାଗରୁ କଅଁଳ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । 

ଅଧିକ ପଢନ୍ତୁ :ମକର ସଂକ୍ରାନ୍ତି ଏହି ୬ ରାଶି ପାଇଁ ଅଶୁଭ, ସାବଧାନ ନହେଲେ ହରାଇବେ ସର୍ବସ୍ବ !

ହଠାତ ବ୍ୟାଗ ଉଠାଇ ଦେଖିବାରୁ ତା ଭିତରେ ଏକ ଶିଶୁକନ୍ୟା ଥିବା ଜାଣିବାକୁ ପାଇ ନିକଟରେ ଥିବା ଲୋକମାନଙ୍କୁ ଡାକିଥିଲେ । ଡାକ ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗରେ ଶିଶୁକନ୍ୟାକୁ ଦେଖି ତୁରନ୍ତ ଚମ୍ପୁଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ୟାଗରୁ ଶିଶୁକନ୍ୟାକୁ ଉଦ୍ଧାର କରି ଚମ୍ପୁଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । 

ଅଧିକ ପଢନ୍ତୁ :ଏହି ରାଶିର ଲୋକଙ୍କ କର୍ମରେ ବାଧା ଉପୁଜିବା ସହ ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ, ପଢନ୍ତୁ ରାଶିଫଳ 

ସେଠାରେ ଶିଶୁରୋଗ ବିଶେଷଜ୍ଞ ଦ୍ଵାରା ଶିଶୁର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏନ.ଆର.ସି.ରେ ଶିଶୁକୁ ରଖାଯାଇଥିବା ଜଣାଯାଇଛି । ତେବେ କିଏ, କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଟିକୁ ଗାଡ଼ି ପଛରେ ରଖି ପଳାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଧିକ ପଢନ୍ତୁ :ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…
 

Share this story