୧୪ ମାସ ପରେ ଜେଲରୁ ମୁକୁଳିଲେ ଲେଡି଼ ବ୍ଲାକ୍ ମେଲର ଅର୍ଚ୍ଚନା ନାଗ
 

Archana Nag released from Jharpada jail 7 days after getting bail
ଜେଲରୁ ମୁକୁଳିଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ଜେଲରୁ ମୁକୁଳିଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ । ୧୪ ମାସ ପରେ ଭୁବନେଶ୍ବର ଝାରପଡ଼ା ଜେଲ୍‌ ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ତେବେ ଜେଲରୁ ବାହାରିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହେବି କହିଲେ ଅର୍ଚ୍ଚନା । ପୂର୍ବରୁ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୋଲିସ ଉଭୟଙ୍କ ବିରୋଧରେ କେସ କରିଥିଲା । ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମାଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମାଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା ।

ଅଧିକ ପଢନ୍ତୁ :ଏହି ରାଶି ଲୋକ ସ୍ବାସ୍ଥ୍ୟ ଓ କର୍ମହାନୀ ସାଙ୍ଗକୁ ବିବାଦୀୟ ସ୍ଥିତି ପାଇଁ ଚିନ୍ତିତ ରହିବେ, ପଢନ୍ତୁ ଆଜିର ରାଶିଫଳ 

ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ
 

Share this story