ଲଘୁଚାପ ଯୋଗୁଁ ବର୍ଷାରେ ଭିଜିବ ଦଶହରା, ୪ ଡିଗ୍ରୀ ଯାଏ କମିପାରେ ସର୍ବନିମ୍ନ ତାପମାତ୍ରା!
 

Another low-pressure is coming minimum temperature may drop by 4 degrees
ଲଘୁଚାପ ଯୋଗୁଁ ବର୍ଷାରେ ଭିଜିବ ଦଶହରା!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ତିନି ଚାରି ଦିନ ମଧ୍ୟରେ ଏହି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଉପକୂଳକୁ ଅଗ୍ରସର ହେବ। ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କେବଳ ଲଘୁଚାପ ସୃଷ୍ଟି ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ। ତେବେ ବର୍ଷା ହେଲେ ପୂଜା ବଜାର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ୨୧ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସହ ୨୨ ସୁଦ୍ଧା ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଏହି ଲଘୁଚାପ ବାତ୍ୟା ରୂପ ନେବା ନେଇ ସମ୍ଭାବନା କମ୍‌‌ ଥିବାବେଳେ ଏହାର ଦିଗ ଏ ପର୍ଯ୍ୟନ୍ତ ନିର୍ଣ୍ଣିତ ହୋଇନାହିଁ। ଏକାଧିକ ମଡ଼େଲ ଆକଳନ ଅନୁସାରେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ। ମାତ୍ର ଲଘୁଚାପ ସୃଷ୍ଟି ପରେ ହିଁ ଏ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବ। ଯଦି ଏହା ବତ୍ୟା ନ ହୋଇ ରାଜ୍ୟରେ କିଛି ବର୍ଷା କରାଏ ତେବେ ବର୍ତ୍ତମାନ ଧାନ ଫସଲ ଓ ରବି ଫସଲ ବୁଣାବୁଣି ପାଇଁ ସହାୟକ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

ସେହିପରି ବୁଧବାରଠାରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ବର୍ଷା (୧୦ ମିମି ପର୍ଯ୍ୟନ୍ତ) ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ଆଭ୍ୟନ୍ତରୀଣ ଜିଲ୍ଲାରେ ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୦ ତାରିଖଠାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ହେବ। ବିଭିନ୍ନ ସ୍ଥାରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ଆରମ୍ଭ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ଘନୀଭୂତ ହେବା ପରେ ମ୍ୟାଁମାର୍‌‌ ଯିବା ନେଇ ଜିଏଫ୍‌‌ଏସ୍‌‌ ମଡେଲ୍‌‌ ଆକଳନ କରୁଥିବା ବେଳେ ଇସିଏମ୍‌‌ଡବ୍ଲୁଏଫ୍‌‌ ମଡେଲ ଏହା ଆନ୍ଧ୍ରପ୍ରଦେଶ ଦିଗକୁ ଅଗ୍ରସର ହୋଇପାରେ ବୋଲି ଆକଳନ କରିଛି। ଯେହେତୁ ଏକାଧିକ ମଡେଲ୍‌‌ଙ୍କ ଭିନ୍ନ ଭିନ୍ନ ଆକଳନ ରହୁଛି, ତେଣୁ ଲଘୁଚାପ ସୃଷ୍ଟି ପରେ ହିଁ ଏ ସମ୍ପର୍କରେ ସଠିକ୍‌‌ ଓ ସଷ୍ଟ ଚିତ୍ର ମିଳିବ ବୋଲି କୁହାଯାଉଛି। ଅନୁରୂପ ଭାବରେ ମଙ୍ଗଳବାର ସକାଳେ ଆରବ ସାଗର ଓ ବଙ୍ଗୋପସାଗରରେ ଗୋଟିଏ ଲେଖାଏଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ହୁଏତ ଏହି ବାତ୍ୟା ଓମାନ କିମ୍ବା କରାଚୀ ଆଡ଼କୁ ମୁହାଁଇପାରେ ବୋଲି ଆକଳନ କରାଯାଉଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

Share this story