ଓଡ଼ିଶାରେ ପୁଣି ଡ଼ରାଇଲାଣି କରୋନା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୁ ବୃଦ୍ଧି
 

Another Covid Postive Detected In Odisha 3 Active Cases
ଓଡ଼ିଶାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ:ଡରାଇବା ଆରମ୍ଭ କଲାଣା କରୋନା । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । 

ଅଧିକ ପଢନ୍ତୁ :ଧନ ସମ୍ପତ୍ତିରେ ଭର୍ତ୍ତି ହେବ ଘର ! ୭୦୦ ବର୍ଷ ପରେ ହେବାକୁ ଯାଉଛି ଏହି ୪ ରାଶିରେ ବିରଳ ରାଜଯୋଗ

ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସତର୍କତା ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ବ୍ୟକ୍ତି ଜନଗହଳି ସ୍ଥାନକୁ ନଯିବା ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ଅନ୍ୟପକ୍ଷରେ, ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ପାର୍ କରିଛି। କେରଳ, କର୍ଣ୍ଣାଟକ ପାଲଟିଛି ହଟସ୍ପଟ । କର୍ଣ୍ଣାଟକରେ ଜେଏନ.୧ ଭାରିଆଣ୍ଟ ସଂକ୍ରମଣ ବଢୁଛି । ରାଜ୍ୟରେ ୩୪ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ବେଙ୍ଗାଳୁରୁରୁ ଚିହ୍ନଟ ହୋଇଛନ୍ତି ୨୦ । ସେପଟେ ସ୍ଥିତିର ମୁକାବିଲା ଲାଗି ଆଜି ବସିବ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟର ସବକମିଟି ବୈଠକ। 

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

ସେପଟେ କୋଭିଡ ଲହର କାଳରେ ଭୟଙ୍କର ସଙ୍କଟର ସମ୍ମୁଖୀନ ହୋଇଥିବା ଦିଲ୍ଲୀରେ ପୁଣି କାୟା ମେଲାଉଛି ଭାଇରସ । ଏପରିକି ଦୈନିକ ୩ରୁ ୪ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମହାରଷ୍ଟ୍ର, ଗୋଆ, କେରଳ, ତାମିଲନାଦୁ ଓ ତେଲଙ୍ଗାନାରେ ବି ଦୈନିକ ସଂକ୍ରମଣ ବଢୁଛି ।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
 

Share this story