ସ୍ୱାମୀଙ୍କ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ : ସ୍ତ୍ରୀ ଓ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ambulance rammed over man and car

ଓଡ଼ିଆ ଗସିପ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ବଢିଚାଲିଛି ଦୁର୍ଘଟଣା। ଗତକାଲି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଦୁର୍ଘଟଣା ଜୀବନ ନେଇଛି । ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଏଠାରେ ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଭାଳୁଜୁରୀ ଗାଁର ଖୁସିରାମ ମହନନ୍ଦ ଗତକାଲି ରାତିରେ ନିଜ ସ୍ତ୍ରୀ ଓ ଝିଅ ସହ ମିଶି ନିଜ କାର୍‌ରେ ବଲାଙ୍ଗିର ଯାଉଥିଲେ ।

ଅଧିକ ପଢନ୍ତୁ : ବିବାହ ଭୋଜିରୁ ଗଲା ନିରୀହ ଜୀବନ, ଟ୍ରକ୍‌କୁ ପିଟିଲା କାର୍‌, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପାଟଣାଗଡ଼ ଥାନା ମାୟାବର୍ହା ଛକ ନିକଟରେ ଗାଡ଼ିରେ ତେଲ ସରି ଯିବାରୁ ରାସ୍ତା କଡ଼ରେ ଗାଡି ଅଟକାଇ ଗାଡି ପଛପଟେ ଠିଆ ହୋଇ ଫୋନରେ କାହାସହ କଥା ହେଉଥିଲେ । ଏହି ସମୟରେ ପାଟଣାଗଡ଼ ପଟୁ ଦ୍ରୁତଗତିରେ ଏକ ଆମ୍ବୁଲାନ୍ସ ଆସି ଖୁସିରାମଙ୍କ ଉପରେ ଚଢିଯାଇଥିଲା ।

ପରେ କାର୍‌କୁ ଧକ୍କା ଦେଇଥିଲା । କାର୍‌ରେ ଥିବା ଖୁସିରାମଙ୍କସ୍ତ୍ରୀ ଓ ଝିଅ ଗୁରୁତର ଭାବରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢନ୍ତୁ : MKCG ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିଲା । ତିନି ଆହତଙ୍କୁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ ।

ବାରମ୍ବାର ଦୁର୍ଘଟଣା ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ବଲାଙ୍ଗୀର-ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Share this story