MKCG ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

MKCG medical students suspicious death

ଓଡ଼ିଆ ଗସିପ ବ୍ୟୁରୋ : ଏମକେସିଜିର ମେଡିକାଲ କଲେଜରେ ଏସଆର ହଷ୍ଟେଲରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଡାକ୍ତର ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି ।

ମୃତ ଡାକ୍ତରୀ ଛାତ୍ରୀଙ୍କ ନାମ ସୁଭାନି ପଟ୍ଟନାୟକ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୀ ପାଠ ସାହିରେ । ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍‌ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା । ସେ ବାହାରି ନଥିଲେ ।

ଅଧିକ ପଢନ୍ତୁ : କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ଜୀବନ ବିକଳରେ ଝରକା ଦେଇ ତଳକୁ ଡେଇଁଲେ ବିଦ୍ୟାର୍ଥୀ

ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଖବର ପାଇ ତାଙ୍କ ବାପା ଡାକ୍ତର ରବୀନ୍ଦ୍ର ପଟ୍ଟନାୟକ ଏମକେସିଜିର ମେଡିକାଲ କଲେଜରେ ପହଞ୍ଚିଛନ୍ତି । ମୁଣ୍ଡ ବିନ୍ଧା ପାଇଁ ଓଭରଡୋଜ ଔଷଧ ଖାଇ ଡାକ୍ତର ସୁଭାନି ପଟ୍ଟନାୟକ ମୃତ୍ୟୁବରଣ କରିଥିବା ପ୍ରାଥମିକ ସୂଚନା ମିଳିଛି । ତାଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

Share this story