କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ଜୀବନ ବିକଳରେ ଝରକା ଦେଇ ତଳକୁ ଡେଇଁଲେ ବିଦ୍ୟାର୍ଥୀ

fire in coaching centre forces students to jump from it

ଓଡ଼ିଆ ଗସିପ ବ୍ୟୁରୋ : ଦିଲ୍ଲୀ ମୁଖାର୍ଜୀ ନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛତ୍ରୀ ।

ନିଆଁ ଲାଗିବା ପରେ ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଏପଟ ସେପଟ ଧାଇଁବାକୁ ଲାଗିଲେ । ଜୀବନ ବଞ୍ଚାଇବା ପାଇଁ କିଛି ଛାତ୍ର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ : ବିବାହ ଭୋଜିରୁ ଗଲା ନିରୀହ ଜୀବନ, ଟ୍ରକ୍‌କୁ ପିଟିଲା କାର୍‌, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୧ଟି ଦମକଳବାହିନୀ । ଘଣ୍ଟାଏ ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ରଶି ସାହାଯ୍ୟରେ ପିଲାମାନଙ୍କୁ ବାହାରକୁ ଅଣାଯାଉଛି ।

ବିଲ୍ଡିଂ ଭିତରେ ଫଶି ରହିଥିବା ପିଲାମାନେ ଜୀବନ ବିକଳରେ ଝରକା ଦେଇ ପିଲାମାନେ ଡେଇଁ ପଡୁଥିବା ଦେଖାଯାଇଛି । କୋଚିଂ ସେଣ୍ଟରର ୪ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।

Share this story