ଭୁବନେଶ୍ୱରରେ ସରକାରୀ ବାବୁଙ୍କ ଯୌନ ଶୋଷଣ; ଆଲବମ ହିରୋଇନଙ୍କୁ ସେକ୍ସ ଅପିଲ, ବେଡ଼ରୁମକୁ ଆଣିବା ପାଇଁ ଜିଦ ଧରୁଥିଲେ ବାବୁ...

Album heroin brings casting couch allegation against goverment servant

ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଆ ଗସିପ୍ ବ୍ୟୁରୋ: ଆଲବମ୍ ହିରୋଇନ୍ ଙ୍କୁ ସେକ୍ସ ଅପିଲ । ଏମିତି ଏକ ଲଜ୍ଜାଜନକ ଘଟଣା ଏବେ ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ଥାନା ଅଂଚଳରେ ଘଟିଛି । ଓଲିଉଡରେ ଚାନ୍ସ ଦେବା ଆଳରେ କଷ୍ଟିଂ କାଉଚ୍ । କୋଉଠି ବେଡ୍ ରୁମ୍ କୁ ଆଣିବା ପାଇଁ ଜିଦ୍ ଧରୁଥିଲେ ବାବୁ । ସେ ପୁଣି ଜଣେ ସରକାରୀ କର୍ମଚାରୀ ।

ସ୍ତ୍ରୀ ନାଁରେ ପ୍ରଯୋଜନା ସଂସ୍ଥା ଖୋଲି ଚାଲିଥିଲା କାରବାର । ଓଲିଉଡରେ ଏହି କିଛି ଦିନର ନିରବତା ପରେ ପୁଣି ନଜର କୁ ଆସିଛି ଆଉ ଏକ କାଷ୍ଟିଂ କଉଚ୍ ର କାହାଣୀ । ପୁରୁଣା ଭୁବନେଶ୍ବର ଅଞ୍ଚଳରେ ରହୁଥିବା ଜଣେ ଆଲବମ୍ ଅଭିନେତ୍ରୀ ଆଣିଛନ୍ତି ଜଣେ ସରକାରୀ ବାବୁଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ।

ଏତଲା ମୁତାବକ ବାବୁ ଜଣକ ତାଙ୍କ ସ୍ତ୍ରୀଙ୍କ ନାଁ ରେ ଏକ ପ୍ରଯୋଜନା ସଂସ୍ଥା ଖୋଲି ୨୦୨୦ ରେ ପୀଡ଼ିତା ଙ୍କୁ ଦେଖାଇଥିଲେ ହିରୋଇନ୍ ହେବାର ସ୍ବପ୍ନ । କିନ୍ତୁ ପ୍ରୋଜେକ୍ଟ ସାଇନ୍ ହେବା ପରେ ନିତିଦିନ ପୀଡ଼ିତା ଙ୍କୁ ତାଙ୍କର ସେକ୍ସ ପାର୍ଟନର ହେବାକୁ ବାଧ୍ୟ କରୁଥିଲେ ।

ଅଧିକ ପଢ଼ନ୍ତୁ : ଗୋପାଳଙ୍କ ଭାଇ ଜାଣିଥିଲେ ନବ ଦାସଙ୍କ ମର୍ଡର ପ୍ଲାନ !, ଗୋପାଳଙ୍କ ଭାଇ କାହିଁକି ଝାରସୁଗୁଡାରେ ସକାଳୁ ହୋଟେଲ ବନ୍ଦ କରି ଚାଲିଯାଇଥିଲା ବ୍ରହ୍ମପୁର...

କଥା କଥା ରେ ସମ୍ବେଦନଶିଳ ଅଙ୍ଗକୁ ଛୁଇଁବା ଚେଷ୍ଟା କରୁଥିଲେ । ଏଥିରେ ରାଜି ନ ହେବାରୁ ଗାଳି ଗୁଳଜ କରିବା ସହିତ ଜୀବନରେ ମାରିଦେବା କୁ ଧମକ ଦେଉଥିଲେ ବୋଲି ଆଜି ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, "ସରକାରୀ ବାବୁ ଜଣକ ନିଜ ଆଡୁ ଯୁବତୀଙ୍କ ପାଖକୁ ଅପ୍ରୋଚ୍ କରିଥିଲେ । ସେ ଅଢେଇ ଲକ୍ଷ ଟଙ୍କା ଗୀତ ପାଇଁ ପେମେଣ୍ଟ କରିଛନ୍ତି ଏଇଟା ସତ । କିନ୍ତୁ ଏହି ତାଙ୍କ ତାଙ୍କ ସ୍ତ୍ରୀଙ୍କ ନାଁ ରେ ଯାଇଛି ପ୍ରଡୁସ୍ ହୋଇକି । ମଝିରେ ମତେ ସାର୍ କହିଲେ ମୁଁ ତୁମକୁ ବାହା ହେବି ।"

"ତାଙ୍କର ଗୋଟିଏ ଇଣ୍ଟେଂସନ୍ ସେ ଦେଇଥିବା ଟଙ୍କା ମାଗିବେନି ହେଲେ ମୋ ସହ କମ୍ପ୍ରମାଇଜ୍ କର । ମାନେ ଆମ ଇଣ୍ଡଷ୍ଟ୍ରିରେ ସେକ୍ସ ପାଇଁ ରାତି କଟେଇବା ପାଇଁ କମ୍ପ୍ରମାଇଜ୍ ବୋଲି କହୁଛନ୍ତି ।", ବୋଲି ଯୁବତୀ ଜନକ ଅଭିଯୋଗ ଆଣିଛନ୍ତି ।

ହେଲେ ଅନ୍ୟପକ୍ଷରେ ବାବୁ ଜଣଙ୍କ କହିଛନ୍ତି ଯୁବତୀ ତାଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇଛନ୍ତି ଆଉ କିଛି ଦିନ ତଳେ ଯୁବତୀଙ୍କ ପାର୍ଲରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ସେ କହିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଅନ୍ୟ ଆର୍ଟିଷ୍ଟ ମାନେ ଗୋଟେ ଆଲବମ୍ ପାଇଁ ଏକ ଲକ୍ଷ ଟଙ୍କାରୁ କାମ ନେଉଥିବା ବେଳେ ବାବୁ ଜଣକ ଯୁବତୀଙ୍କୁ ୪ ଲକ୍ଷ ଟଙ୍କା କଣ ପାଇଁ ଦେଉଥିଲେ ?

ଅଧିକ ପଢ଼ନ୍ତୁ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କାହା ଫୋନ ପାଇଁ ଝିଅର କଲ୍ କାଟିଲେ ASI ଗୋପାଳ ଦାସ ?

ଯୁବତୀଙ୍କ ସହ ରଖୁଥିଲେ କି ଫିଜିକାଲ୍ ରିଲେସନ୍ । ବ୍ୟାଙ୍କ ଆକାଉଣ୍ଟ ତର୍ଜମା ପରେ ଉଭୟ ପକ୍ଷଙ୍କୁ ଡାକି ପଚରାଉଚରା କରୁଛି ପୋଲିସ୍ । କାମୁକ ବାବୁ ଜଣଙ୍କ କହିଛନ୍ତି ଯୁବତୀ ଜଣକ ମୋ ଟଙ୍କା ନ ଫେରାଇ ମତେ ଧମକ ଦେଉଛନ୍ତି କି ତୁମ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିବି ଆଉ ତୁମକୁ ଫସେଇ ଦେବି ।

ସୂଚନା ଥାଉକି, ଯୋଗେଶ୍ୱର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏହି ଯୁବତୀ । ୨୦୨୦ ମସିହାରେ ଯୋଗେଶ୍ୱରଙ୍କ ସହ ଯୁବତୀଙ୍କ ଯୋଗାଯୋଗ ହୋଇଥିଲା । ଆଲବମରେ ସୁଯୋଗ ଦେବାକୁ କହି ରାତି ବିତାଇବାକୁ ବାଧ୍ୟ କରୁଥିଲେ । ୧୫ ଦିନ ତଳେ ଯୁବତୀଙ୍କ ପାର୍ଲରରେ ପଶି ଦୁର୍ବ୍ୟବହାର କରିଥିଲେ ଯୋଗେଶ୍ୱର । ୨ ବର୍ଷ ଧରି ମିଳୁଥିଲା ଶାରୀରିକ ନିର୍ଯ୍ୟାତନା । ଏତଲାରେ ପୁରା ଘଟଣା ଉଲ୍ଲେଖ କରିଛନ୍ତି ପୀଡିତା ।

Share this story