ଗୋପାଳଙ୍କ ଭାଇ ଜାଣିଥିଲେ ନବ ଦାସଙ୍କ ମର୍ଡର ପ୍ଲାନ !, ଗୋପାଳଙ୍କ ଭାଇ କାହିଁକି ଝାରସୁଗୁଡାରେ ସକାଳୁ ହୋଟେଲ ବନ୍ଦ କରି ଚାଲିଯାଇଥିଲା ବ୍ରହ୍ମପୁର...

Had Gopal das brother knew about this murder plan

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିବା ଘଟଣାରେ ଏବେ ସାମ୍ନାକୁ ଆସିଛନ୍ତି ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଭାଇ ସତ୍ୟନାରାୟଣ ଦାସ । ତାଙ୍କର ଏହି ଘଟଣାରେ ସମ୍ପୃକ୍ତି ଅଛି କି ନାହିଁ ସେନେଇ କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ କରୁଛି । ହେଲେ କେଉଁଠି ନା କେଉଁଠି ଭାଇ ସତ୍ୟନାରାୟଣ ଏହି ଘଟଣା ବିଷୟରେ ଅବଗତ ଥିବା ପୋଲିସ ତଦନ୍ତରୁ କିଛି ସୁରାକ ପାଇଛି ।

ସୂଚନା ମିଳିଛି ଯେ, ଭାଇ ସତ୍ୟନାରାୟଣ ଜାଣିଥିଲେ ନବ ଦାସଙ୍କ ମର୍ଡର ପ୍ଲାନ ! ହେଲେ ଏହା ସ୍ପଷ୍ଟ କରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସଙ୍କ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ଯାହାକୁ ନେଇ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି । ତେବେ କ୍ରାଇମବ୍ରାଞ୍ଚ ପଚରା ଉଚରା କରି ଏପରି କି ଗନ୍ଧ ବାରିଲା ଯେ ଗୋପାଳଙ୍କ ଭାଇଙ୍କୁ ଉଠାଇନେଲା ? ଗୁଳିମାଡ ପଛରେ ତାଙ୍କର ଅଛି କି ଲିଙ୍କ୍ ? ସେନେଇ ଖୋଳତାଡ଼ କରୁଛି କ୍ରାଇମ ବ୍ରାଞ୍ଚ ।

ଅଧିକ ପଢ଼ନ୍ତୁ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କାହା ଫୋନ ପାଇଁ ଝିଅର କଲ୍ କାଟିଲେ ASI ଗୋପାଳ ଦାସ ?

୪ ଜଣିଆ ଟିମ ଅଭିଯୁକ୍ତ ଗୋପାଳ ଦାସଙ୍କ ପୂରା ପରିବାରକୁ ପଚରା ଉଚରା କରିଛି । ପ୍ରଥମ ପର୍ଯ୍ୟାୟରେ ପଚରାଉଚରା ପରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବଡ଼ ଭାଇଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଛି । ଯାହାକୁ ନେଇ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି । ରାଜ୍ୟର ବିରୋଧୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରିବାର ହତ୍ୟା କାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ସନ୍ଦେହ କରୁଥିବା ବେଳେ ଆଜିର ଏହି ଘଟଣା ପରେ ଏହା ଅଧିକ ଚର୍ଚ୍ଚା ପରିସରକୁ ଆସିଛି ।

ଖବର ମିଳିଛି  ବ୍ରଜରାଜନଗରରେ ଗୋପାଳ ଦାସଙ୍କ ଭାଇଙ୍କର ଏକ ହୋଟେଲ ଥିଲା ଯାହା ଗୁଳିକାଣ୍ଡ ଦିନ ସକାଳୁ ବନ୍ଦ ଥିବା ପାଖ ଦୋକାନୀ ପ୍ରକାଶ କରିଛନ୍ତି । ଗୋପାଳଙ୍କ ବଡ଼ ଭାଇ ଚାକିରିରୁ ଅବସର ପରେ ବ୍ରଜରାଜନଗରରେ ହୋଟେଲ ଖୋଲି ବ୍ରହ୍ମପୁରର ପାରମ୍ପାରିକ ଖାଦ୍ୟ ପ୍ରସ୍ଥୁତ କରି ଗ୍ରାହକଙ୍କୁ ଖାଇବାକୁ ଦେଉଥିଲେ ।

ହୋଟେଲକୁ ଭଡାରେ ଦେଇଥିବା ମାଲିକଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ସମୟରେ ମାଲିକ କହିଛନ୍ତି, ମୁଁ ଏହି ହୋଟେଲକୁ ୬ ହଜାର ଟଙ୍କା ଭଡାରେ ଦେଇଥିଲି । କେବଳ ଗୋପାଳଙ୍କ ବଡ଼ ଭାଇ ହୋଟେଲ ବୁଝୁଥିଲେ । ଗୋପାଳ ମଝିରେ ମଝିରେ ଛୁଟି ସମୟରେ ନିଜ ସାଙ୍ଗ ସାଥିଙ୍କ ସହ ଏ ହୋଟେଲକୁ ଆସୁଥିଲେ । ରାତିରେ ଗୋପାଳ ନିଜ କ୍ୱାଟରରେ ରହୁଥିଲେ ଏବଂ ତାଙ୍କ ଭାଇ ହୋଟେଲ ବନ୍ଦ କରି ଅନ୍ୟତ୍ର ରହୁଥିଲେ ।

ଅଧିକ ପଢ଼ନ୍ତୁ : ବିଛଣାରେ ସ୍ୱାମୀ-ସ୍ତ୍ରୀ ଜମା କରନ୍ତୁନି ଏହି ୫ଟି ଭୁଲ; ପରିଣାମ ଭୟଙ୍କର ହେବ ଏବଂ ଭାଙ୍ଗିଯିବ ସମ୍ପର୍କ...

ବେଳେବେଳେ ହୋଟେଲରେ ରହୁଥିଲେ । ପ୍ରତିଦିନ ସକାଳ ୯ଟାରେ ହୋଟେଲ ଖାଲାଯାଉଥିଲା । ମକର ସଂକ୍ରାନ୍ତି ଦିନ ହୋଟେଲ ବନ୍ଦ ଥିଲା । ଏଥିସହ ଯେଉଁଦିନ ଗୁଳିକାଣ୍ଡ ହେଲା ସେଦିନ ମଧ୍ୟ ହୋଟେଲ ବନ୍ଦ ଥିଲା । ହୋଟେଲ ମାଲିକ କହିଛନ୍ତି, ଗୁଳିକାଣ୍ଡ ଖବର ପାଇବା ପରେ ଭାବିଥିଲି ଦୋକାନ ଜାଳିଦେବି । କିନ୍ତୁ ତଦନ୍ତ ହେଉ ବୋଲି ଭାବି ରହିଗଲି ।

ଏହି ହୋଟେଲକୁ ସତ୍ୟନାରାୟଣ ଗତ 4 ତାରିଖ ଦିନ ଖୋଲିଥିଲେ । ଗୁଳି କାଣ୍ଡ ଦିନ ସେ ଗୋପାଳଙ୍କୁ କୌଣସି ଏକ କାମ ଅଛି କହି ହୋଟେଲ ତାଲା କରି ବ୍ରହ୍ମପୁର ଚାଲିଯାଇଥିଲେ । ଆଉ ଅଧବାଟରେ ଟ୍ରେନ ରେ ଗଲା ବେଳେ ସେ ଖବର ପାଇଥିଲେ ଯେ ତାଙ୍କ ଭାଇ ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରିଦେଇଛି । ଏହି ଖବର ଶୁଣି ସେ କୋଉଠି ଅବାକ ହୋଇଯାଇଥିଲେ । ତେବେ ଘଟଣା ପଛରେ ବଡ ଭାଇର ହାତ ଅଛି କି ନାହିଁ ସେନେଇ କ୍ରାଇମ ବ୍ରାଞ୍ଚ ତାଙ୍କୁ ଉଠାଇ ନେଇଛନ୍ତି ।

Share this story