ଜିଦରେ ଅଟଳ ଥିବା ପୂଜକ ସମିତିକୁ ପ୍ରଶାସନର ଚେତାବନୀ, ଘଣ୍ଟାଏ ଭିତରେ ମନ୍ଦିର ଖୋଲ, ନଚେତ୍ 
 

Administation Warns Priest To Open Dhabaleswar Temple within an hour
ପୂଜକ ସମିତିକୁ ପ୍ରଶାସନର ଚେତାବନୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାତି ପାହିଲେ ବଡ଼ ଓଷା । ମାତ୍ର ବାବା ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ନିଜ ଜିଦରେ ଅଟଳ ରହିଛି ପୂଜକ ସମିତି। 

ଅଧିକ ପଢନ୍ତୁ : ଏହି ରାଶି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିବା ସହ ଅଧିକା ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 

ପୀଠରେ ଲଗାଯାଇଥିବା ବ୍ୟାରିକେଡ୍ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ ଆଣିଛନ୍ତି ଏବଂ ଏହାକୁ ନେଇ ଦୀର୍ଘ ୬ଘଣ୍ଟା ହେଲା ଧବଳେଶ୍ୱର ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ସମସ୍ୟା ସମାଧାନ ନ ହେବା ଯାଏଁ ମନ୍ଦିର ତାଲା ପକାଇ ଧାରଣାରେ ବସି ରହିବେ ବୋଲି ପୂଜକ ସମିତି ପକ୍ଷରୁ ଚେତାବନୀ ।

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ଅନ୍ୟପଟେ ଧବଳେଶ୍ୱର ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ଲାଗିଲା ନୋଟିସ୍ । ୧ ଘଣ୍ଟା ମଧ୍ୟରେ ମନ୍ଦିର ଦ୍ୱାର ନଖୋଲିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାନଗଲେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଲେଖାଅଛି ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ
 

Share this story