ଦୁଇ ଋଷିୟ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ, ହୋଟେଲ ମ୍ୟାନେଜର ଏବଂ ଗାଇଡକୁ ନେଇ ତନାଘନା ଜାରି, ପୋଲିସ ଡିଜି କହିଲେ ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ...

Two Russian suspicious death in Odisha

ଓଡ଼ିଆ ଗସିପ ବ୍ୟୁରୋ: ରହସ୍ୟ ଘେରରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହିଥିବା ବେଳେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ ପର୍ଯ୍ୟଟକ ଭୁବନେଶ୍ବର ଚାଲିଆସିଛନ୍ତି । ସେମାନେ ହେଲେ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ । ପୁଲିସ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ରାୟଗଡ଼ା ସୀମା ପାର କରାଇଛି । ଘଟଣାସ୍ଥଳରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ଭ୍ଲାଦିମର ବିଦାନୋଭ ଓ ୨୪ ତାରିଖରେ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟିଥିଲା । ରାୟଗଡ଼ା ଟାଉନର ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଠାରେ ଏହି ଦୁଇ ଜଣଙ୍କର ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି । ମୃତ ଆଣ୍ଟୋଭ ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି ।

ଏଭଳିକି ତାଙ୍କର ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ ମୁହଁ ବନ୍ଦ ରଖିଛନ୍ତି । ଫଳରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛି ପୁଲିସ । ଦୁଇ ମୃତକଙ୍କୁ ଅନ୍ୟ କେହି ଭେଟି ନ ଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ନୁଆ ଖୁଲାସା ପରେ ଭଉଣୀ ପିଏମ ମୋଦୀଙ୍କୁ କଲେ ଏହି ନିବେଦନ, କହିଲେ କପୁର୍ ହସ୍ପିଟାଲ୍ ର...

ସେମାନଙ୍କ ଭାଷା କେହି ଜାଣନ୍ତିନି ବୋଲି ସଫେଇ ଦେଇଛନ୍ତି ହୋଟେଲ ମ୍ୟାନେଜର । ସେହିପରି ଭୁବନେଶ୍ବର ପଳାଇଥିବା ତୁରୋଭ ମିଖାଇଲ ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି ।

ଏହି ଘଟଣାରେ ପୁଲିସ ଡିଜି ସୁନୀଲ ବଂଶଲ ଆଜି ଗଣମାଧ୍ୟମକୁ ନଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୪ ଜଣ ଋଷିୟ ପର୍ଯ୍ୟଟକ ଓଡିଶା ଆସିଥିଲେ । ରାୟଗଡ଼ାରେ ରହିବା ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଫାଇନାଲ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଘଟଣାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ଦିଆଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆବର୍ଷରେ ବଣଭୋଜି ଓ ପ୍ରକୃତିକୁ ମନଭରି ଉପଭୋଗ କରିବାକୁ ଚାହାନ୍ତି କି? ତେବେ ଓଡିଶାର ଏହି ୫ଟି ଆଖି ଭରିଯାଉଥିବା ସ୍ଥାନକୁ ବୁଲି ଯାଆନ୍ତୁ...

ମୃତ୍ୟୁର ଦୁଇଦିନ ପରେ ଅର୍ଥାତ ୨୪ ଡିସେମ୍ବରରେ ଆଉ ଜଣେ ଋଷିୟ ବନ୍ଧୁ ଆତ୍ମହତ୍ୟା କରିଛନ୍ତି । ତେବେ ଦୁଇ ଦିନ ବ୍ୟବଧାନରେ ଦୁଇ ଜଣଙ୍କ ମୃତ୍ୟୁ ସନ୍ଦେହ ବଢାଇଛି । ତଦନ୍ତରେ ସହଯୋଗ ପାଇଁ ସିଆଇଡିକୁ କୁହାଯାଇଛି । ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ପାସପୋର୍ଟକୁ ନେଇ ଛାନଭିନ ଜାରି ରହିଛି ।

ବିଦେଶୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ସିଆଇଡିକୁ ସାମିଲ କରାଯାଇଛି । ୪ ଜଣଙ୍କ ମଧ୍ୟରୁ ବାକି ଦୁଇ ଜଣ ଏବେ କେଉଁଠି ଅଛନ୍ତି ତାହା ଜଣାପଡିନି । ଓଡିଶା ପିଲିସ ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ନେଇଛି ।

Share this story