ନୂଆବର୍ଷରେ ବଣଭୋଜି ଓ ପ୍ରକୃତିକୁ ମନଭରି ଉପଭୋଗ କରିବାକୁ ଚାହାନ୍ତି କି? ତେବେ ଓଡିଶାର ଏହି ୫ଟି ଆଖି ଭରିଯାଉଥିବା ସ୍ଥାନକୁ ବୁଲି ଯାଆନ୍ତୁ...

Here are the five best picnic spot in Odisha to roam

ଓଡ଼ିଆ ଗସିପ ବ୍ୟୁରୋ: ଆଉ କେଇଟି ଦିନ ପରେ ନୂଆବର୍ଷ ଆସୁଛି ଆଉ ସମସ୍ତେ ସଜବାଜ ହେଲେଣି କେମିତି ଏହାକୁ ଅତି ଧୂମଧାମରେ ପାଳନ କରିବେ । ଆଉ ମନ ବଳେଇଛନ୍ତି କୌଣସି ଏକ ଦର୍ଶନୀୟ ସ୍ଥାନ ବୁଲି ଯିବେ । ତେବେ ଏହି ଭିତରେ ଓଡିଶାରେ ଆରମ୍ଭ ହୋଇଯାଏ ପିକନିକ୍ ବା ବଣଭୋଜି ଭ୍ରମଣ ।

ପ୍ରକୃତିକୁ ମନ ଭାରି ଉପଭୋଗ କରିବା ପାଇଁ କିଏ ବା ନ ଚାହେଁ । ହେଲେ କରୋନା ମହାମାରୀ କାରଣରୁ ଗତ କିଛି ବର୍ଷରୁ ପିକନିକ୍ କରିବା ସହ ଭ୍ରମଣ ଭଲ ଭାବରେ ହୋଇପାରୁନଥିଲା । ତେବେ ଏବର୍ଷ କରୋନାର ଡର ଥିବା ସହ ସ୍ୱଳ୍ପ କଟକଣା ଭିତରେ ଲୋକେ ବୁଲିବା ପାଇଁ ମନ ବଳେଇ ସାରିଲେଣି । ଆଜି ଆମେ ଆପଣଙ୍କୁ ଓଡିଶାର କିଛି ଏପରି ସ୍ଥାନ ବିଷୟରେ କହିବୁ ଯାହା ଆପଣଙ୍କ ନୂଆ ବର୍ଷକୁ ଆହୁରି ମନୋରମ କରିଦେବ ତେବେ ଆସନ୍ତୁ ଜାଣିବା :-

ଖଣ୍ଡାଧାର: ପର୍ଯ୍ୟଟନ ଋତୁ ଆସିଲେ ସମଙ୍କର ମନେ ପଡେ କେନ୍ଦୁଝର ଜିଲ୍ଲାର ଖଣ୍ଡାଧାର ଜଳ ପ୍ରପାତ । କେନ୍ଦୁଝର ଠାରୁ ଏହାର ଦୂରତା ପ୍ରାୟ ୬୦ କିମି । ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଂଚାୟତରେ ଏହା ଅବସ୍ଥିତ । ଖଣ୍ଡାଧାର ଭଳି ୭୦୦ ଫୁଟ୍ ଉଚ୍ଚ ପାହାଡରୁ ନଦୀର ଜଳ ତଳକୁ ପଡୁଥିବାର ଏହାର ନାମକରଣ ଏପରି କରାଯାଇଛି । ସୁଉଚ୍ଚରୁ ପାଣି ଖସି ପଡୁଥିବା ସମୟରେ ଏହା ତୀର୍ୟ୍ୟକ ସୂର୍ଯ୍ୟ କିରଣ ପଡି ଭାସମାନ ଇନ୍ଦ୍ରଧନୁର ଭ୍ରମ ମଧ୍ୟ ସୃଷ୍ଟି କରିଥାଏ । ଏହା ପାଖରେ ଏକ ଶୀବ ମନ୍ଦିର ରହିଛି । ଏଠାକୁ ଯିବା ପାଇଁ ଉଭୟ ବସ୍ ଓ ଟ୍ରେନର ସୁବିଧା ରହିଛି ।

Khandadhara

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଶବ ବ୍ୟବଚ୍ଛେଦରେ ସାମିଲ ଥିବା କର୍ମଚାରୀଙ୍କ ବିସ୍ଫୋରକ ବୟାନ: ସୁଶାନ୍ତ ସିଂହଙ୍କୁ ହତ୍ୟା କରାଯାଇଛି

ସୀତାକୁଣ୍ଡ: ବଣ୍ଡା ଜନଜାତିର ଲୋକଙ୍କ ସଂସ୍କୃତି ଓ ପରମ୍ପରା ଜାଣିବା ପାଇଁ ସୀତାକୁଣ୍ଡ ଏକ ନିଆରା ପର୍ଯ୍ୟଟନ ସ୍ଥଳୀ । ବଣ୍ଡାମାନଙ୍କର ବେଶଭୂଷା, ପର୍ବପର୍ବାଣୀ ପ୍ରକୃତି କୂଳରେ ବଂଚିବାର ଭିନ୍ନ ଜୀବନଶୈଳୀ ବିଷୟରେ ଜାଣିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ବଣ୍ଡାଘାଟିର ପାହାଡ ଶୀର୍ଷରେ ପୂଜା ପାଉଛନ୍ତି ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡାଲଖାଇ ଠାକୁରାଣୀ ।

sita kund

ଲୋକକଥା ହିସାବରେ ରାମଚନ୍ଦ୍ରଙ୍କ ୧୪ ବର୍ଷ ବନବାସ ମଧ୍ୟରୁ ଗୋଟିଏ ବର୍ଷ ଏଠାରେ ଅତିବାହିତ କରିଥିଲେ । ଏକ ଝରଣା କୁଣ୍ଡରେ ସୀତାଦେବୀ ସ୍ନାନ କରୁଥିବାରୁ ଏହାର ଏପରି ନାମକରଣ ହୋଇଛି । ଏଠାକୁ ଯିବା ପାଇଁ ନିକଟତମ ରେଳ ଷ୍ଟେସନ ହେଉଛି କୋରାପୁଟ, ଏଠାରୁ ବସ୍ ଯୋଗେ ଜୟପୁରରୁ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ୪୭ ନମ୍ବର ଜାତୀୟ ରାଜପଥରେ ଖଇରପୁଟ ଆସି ବଣ୍ଡାଘାଟିକୁ ଯିବାକୁ ସୁବିଧା ରହିଛି ।

ବଡଟାସରା: ନୟାଗଡ ଜିଲ୍ଲା ଖଣ୍ଡାପଡା ବ୍ଲକ ମମୁଖ୍ୟାଳୟର ଅନତି ଦୁରରେ ରହିଛି ପିକନିକ୍ ସ୍ପଟ ବଡଟାସରା । ପାହାଡ ପରିବେଷିତ ଏହି ସ୍ଥାନର ବିଶେଷତଃ ହେଉଛି ଇଟାରେ ଆଛାଦିତ ହନୁମାନଙ୍କ ମୂର୍ତ୍ତୀ । ନିକଟରେ ସୁନାମୁହିଁ ଝରଣାର କୁଳୁକୁଳୁ ନାଦ, ବିଶାଳକାୟ ସମତଳ ପ୍ରସ୍ତରଖଣ୍ଡ, ଫୁଲ ଉଦ୍ୟାନ, ଜଳାଶୟ ଦର୍ଶକ ଙ୍କୁ ଆକୃଷ୍ଟ କରେ । ବିଭିନ୍ନ ସମୟରେ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । କେବଳ ସଡକପଥରେ ଏଠାକୁ ଯାଇହେବ । ଖଣ୍ଡାପଡା ଫରେଷ୍ଟ ଗେଟଠାରୁ ବାଇକ୍ ସାଇକଲ କିମ୍ବା ଚାଲିଚାଲିଯିବାକୁ ପଡେ । ଭୁବନେଶ୍ବର ଠାରୂ ଏହାର ଦୂରତା ୮୦ କିମି ହେବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ

ତୃପ୍ତି ସଫାରି: ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟ ଠାରୁ ପାଖାପାଖି ୨୪ କିମି ଗଲେ ପଡେ ନୁଦୁରୁପଡା ଛକ ଏହି ଛକ ଠାରୁ ଦେଢକିମି ଗଲେ ପଡେ ତୃପ୍ତି ସଫାରି । ଗ୍ରାମଚଂଳରେ ଗଢିଉଠିଥିବା ଏହି ତୃପ୍ତି ସଫାରିରେ ବିଭିନ୍ନ ଆକର୍ଷଣୀୟ କାରୁକାର୍ଯ୍ୟ ଓ ମନଲୋଭା ସବୁଜ ବଳୟ ସୃଷ୍ଟି କରିପାରିଛି ଏକ ନିଆରା ପରିଚୟ । ତାସହିତ ସେଲଫି ପାର୍କରେ ତିଆରି ହୋଇଥିବା ଅକର୍ଷଣୀୟ ମୂର୍ତୀ ଓ ଫଳଚିତ୍ର ଭିତରେ ବାହାରେ ସେଲଫି ନେବା ଏଠାରେ ପର୍ଯ୍ୟଟକଙ୍କୁ ନିଆରା ମଜା ଦେଉଛି । ଏଥିସହିତ ବିଭିନ୍ନ କିଷମର ରଙ୍ଗବେରଙ୍ଗର ଫୁଲ ବଗିଚା, ଭିନ୍ନ ଭିନ୍ନ କିଶମର ଦୋଳି, ଘଂଚବୁଦାଳିଆ ଗଛତଳେ ଭୋଜି ଓ ବୋଟିଙ୍ଗର ମଜାନେବାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମଜାନେବାକୁ ପଛାଉ ନାହାନ୍ତି ।

Trupti Safari

ଶିଆଳି ବେଳାଭୂମି: ଜଗତସିଂହପୁର ଜିଲ୍ଲାର ଶିଆଳି ବେଳାଭୂମିରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟକୁ ମନଭରି ଉପଭୋଗ କରୁଛନ୍ତି । ସମୁଦ୍ରର ଘୋ ଘୋ ଗର୍ଜନ ସାଙ୍ଗକୁ ସୌନ୍ଦର୍ଯ୍ୟରେ ଭରପୁର ଶିଆଳି ବେଳାଭୂମି ଦେଖଣାହାରୀଙ୍କ ମନ ମୋହୁଛି। ଶିଆଳିର ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଝାଉଁ ଜଙ୍ଗଲରେ ବୁଲିବାର ମଜା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି । କେବଳ ନୂଆବର୍ଷ କିମ୍ବା ବଡ଼ଦିନ ନୁହେଁ ପ୍ରକୃତିର ମନୋରମ ଦୃଶ୍ୟ ଦେଖିବାକୁ ବେଳାଭୂମିରେ ବର୍ଷସାରା ଭିଡ଼ ଜମେ ।

Siali Beach

 

Share this story