ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ

Know your horoscope of December 27 2022

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜିର ରାଶିଫଳ (ମଙ୍ଗଳବାର- ଡିସେମ୍ବର ୨୭, ୨୦୨୨) ।

ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ :

ମେଷ: ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଅନ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ ।

ବୃଷ: ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବାକୁ ଲାଗିବ । ଜୀବନସାଥୀଙ୍କ ସହ ସମ୍ପର୍କରେ ଭୁଲ ବୁଝାମଣା ଦେଖାଦେଇପାରେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆ ବର୍ଷରୁ ରାହୁ ଗୋଚରରେ ଏହି ରାଶିଙ୍କୁ ମିଳିବ ଫାଇଦା, କଣ ଆପଣଙ୍କ ଭାଗ୍ୟରେ ବି ରହିଛି କି ଗ୍ରହ ପରିବର୍ତ୍ତନ?

ମିଥୁନ: କୌଣସି ଜରୁରି କାର୍ଯ୍ୟରେ ବିଳମ୍ବ ହେବାରୁ ମନସ୍ତାପ କରିବେ । କର୍ମକ୍ଷେତ୍ରରେ ଅସହଯୋଗ ଓ ସହକର୍ମୀଙ୍କ ସହ ପ୍ରତିଦ୍ୱନ୍ଦ୍ବିତା ରହିବ । ବ୍ୟବସାୟରେ ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ ।

କର୍କଟ: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ପ୍ରସିଦ୍ଧି ପାଇବେ । ମହିଳାମାନେ ଉଚ୍ଚାଭିଳାଷୀ ହେବେ । ପରିଶ୍ରମ ଅନୁସାରେ ଫଳ ପାଇବେ । ସାଙ୍ଗସାଥୀଙ୍କ ସହ ବିଦେଶ ଭ୍ରମଣ ଯୋଗ ରହିଛି ।

ସିଂହ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି । ମାନସମ୍ମାନର ଅଧିକାରୀ ହେବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମୀ ହେବେ । ଜୀବନସାଥୀଙ୍କ ସହ ବାଦବିବାଦ ଦେଖାଦେଇ ପାରେ ।

କନ୍ୟା: ସୃଜନଶୀଳତାର ପରିଚୟ ପ୍ରଦାନ କରିବେ । ମହିଳାମାନେ ଚିନ୍ତିତ ରହିପାରନ୍ତି । କଠିନ ପରିଶ୍ରମ କରି ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ସାଙ୍ଗସାଥୀଙ୍କ ସହ ସମ୍ପର୍କ ଭଲ ରହିବ ।

ତୁଳା: ଦିନଟି ହସଖୁସିରେ କଟିବ । ବରିଷ୍ଠ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ । କ୍ୟାରିୟର୍‌ରେ ଉନ୍ନତି ହୋଇପାରେ । ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ । ନୂତନ ନିବେଶ କରି ଲାଭବାନ ହେବେ ।

ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ । ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ୨୦୨୩ରେ ୫ଟି ରାଶି ରଚିବେ ଇତିହାସ, ଭାଗ୍ୟରେ ଆସୁଛି ବଡ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶି ଅଛି କି !

ଧନୁ: ହଠାତ୍‌ ଦୂରଯାତ୍ରା କରିପାରନ୍ତି । ଚାକିରିରେ ଚଳଚଞ୍ଚଳ ରହିବେ । ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ । ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ । ଆର୍ଥିକ ସ୍ଥିତି ମଜଭୁତ ରହିବ ।

ମକର: ନିଜ କାମକୁ ଯତ୍ନ ସହକାରେ କରିବେ । ବ୍ୟବହାରରେ ସୁଧାର ଆଣିବାକୁ ପ୍ରୟାସ କରିବେ । ନୂଆ ଉଦ୍ୟମ କରି ସଫଳତା ପାଇବେ । କର୍ମକ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ ।

କୁମ୍ଭ: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇ ଗର୍ବ ଅନୁଭବ କରିବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିକଟତର ହୋଇପାରନ୍ତି । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ବିଳାସମୟ ସାମଗ୍ରୀ କ୍ରୟ କରିବାରେ ଖର୍ଚ୍ଚାନ୍ତ ହେବେ ।

ମୀନ: ଅର୍ଥ କାରବାରକୁ ନେଇ ଚିନ୍ତିତ ରହିପାରନ୍ତି । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ଶତ୍ରୁମାନଙ୍କୁ ସଠିକ୍‌ ଶିକ୍ଷା ଦେବେ । ସାଙ୍ଗସାଥୀଙ୍କ ସହ ନିକଟତମ ସ୍ଥାନକୁ ଯାଇପାରନ୍ତି ।

Share this story