ଶବ ବ୍ୟବଚ୍ଛେଦରେ ସାମିଲ ଥିବା କର୍ମଚାରୀଙ୍କ ବିସ୍ଫୋରକ ବୟାନ: ସୁଶାନ୍ତ ସିଂହଙ୍କୁ ହତ୍ୟା କରାଯାଇଛି

autopsy staff reveals the murder mystery of actor Sushant Singh Rajput

ଓଡ଼ିଆ ଗସିପ ବ୍ୟୁରୋ: ମରିବାର ବହୁ ବର୍ଷ ପରେ ଏବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଉପରେ ଉଠିଛି ବଡ ପ୍ରଶ୍ନ କ'ଣ ନା ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ଯାହା ପୁରା ଘଟଣାରେ ରହସ୍ୟ ଭରିଦେଇଛି ।

କାହିଁକି ନା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୨ ବର୍ଷ ପରେ ଏହି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିବା ଶବ ଗୃହର କର୍ମଚାରୀ ରୁପକୁମାର ଶାହ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ

ସେ କହିଛନ୍ତି, ସୁଶାନ୍ତଙ୍କ ମରଶରୀର ଦେଖିବା ପରେ ଲାଗିଥିଲା ଯେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ବେକର ୨ରୁ ୩ଟି ସ୍ଥାନରେ ଆଘାତ ଲାଗିଥିଲା । ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ପରି ଦେଖାଯାଇଥିଲା ।

ସୁଶାନ୍ତଙ୍କ ମୃତ୍ୟୁ ପରେ ୫ଟି ମରଶରୀର ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା । ଆମକୁ କୁହାଯାଇଥିଲା ଏଥିରେ ଜଣେ ଭିଆଇପିଙ୍କ ଶରୀର ଅଛି । ଯେତେବେଳେ ମୁଁ ସୁଶାନ୍ତଙ୍କ ଶରୀର ଦେଖିଲି, ମୁଁ ମୋ ବରିଷ୍ଠ ମାନଙ୍କୁ କହିଲି ଯେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା । କିନ୍ତୁ ମତେ କୁହାଯାଇଥିଲା ମୁଁ ‌ମୋ କାମ କରିବି ।

ମୋର କାମ ଥିଲା କେବଳ ଶରୀରକୁ କାଟିବା ଏବଂ ସିଲାଇ କରିବା । ସମଗ୍ର ବ୍ୟବଚ୍ଛେଦ ଭିଡିଓ ଗ୍ରାଫ୍‌ ହେବାର ଥିଲା । କିନ୍ତୁ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ ବେଳେ କେବଳ ଫଟୋ ନିଆଯାଇଥିଲା । ରାତିରେ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଥିବା ସେ କହିଛନ୍ତି ।

Share this story