ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ନୁଆ ଖୁଲାସା ପରେ ଭଉଣୀ ପିଏମ ମୋଦୀଙ୍କୁ କଲେ ଏହି ନିବେଦନ, କହିଲେ କପୁର୍ ହସ୍ପିଟାଲ୍ ର...

Sushant Singh Rajput sister prays Prime Minister Modi to provide security to morgue house staff

ଓଡ଼ିଆ ଗସିପ ବ୍ୟୁରୋ: ୨୦୨୦ ଜୁନରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଫ୍ୟାନରେ ଝୁଲୁ୍ଥିବା ଅବସ୍ତାରେ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଏଥିପାଇଁ ସୁଶାନ୍ତଙ୍କ ପରିବାର ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାଁରେ ମାମଲା ରୁଜୁ କରିଥିଲେ । ମାମଲା ଏତେ ଜଟିଳ ହୋଇଗଲା ଯେ ସିବିଆଇ, ନାର୍କୋ ଟିମ ଏହି କେସରେ ତଦନ୍ତ କରୁଥିଲା । ପରେ ଡ୍ରଗ କେସରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଥିଲେ ।

ହେଲେ ଏହି ଭିତରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଉପରେ ଉଠିଛି ବଡ ପ୍ରଶ୍ନ କ'ଣ ନା ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ଯାହା ପୁରା ଘଟଣାରେ ରହସ୍ୟ ଭରିଦେଇଛି ।

କାହିଁକି ନା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ୨ ବର୍ଷ ପରେ ଏହି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମରଶରୀର ବ୍ୟବଚ୍ଛେଦ କରାଯାଇଥିବା ଶବ ଗୃହର କର୍ମଚାରୀ ରୁପକୁମାର ଶାହ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆବର୍ଷରେ ବଣଭୋଜି ଓ ପ୍ରକୃତିକୁ ମନଭରି ଉପଭୋଗ କରିବାକୁ ଚାହାନ୍ତି କି? ତେବେ ଓଡିଶାର ଏହି ୫ଟି ଆଖି ଭରିଯାଉଥିବା ସ୍ଥାନକୁ ବୁଲି ଯାଆନ୍ତୁ...

ଏହି ବୟାନ ଆସିବା ପରେ ସୁଶାନ୍ତ ସିଂଙ୍କ ଭଉଣୀ ଶ୍ଵେତା ସିଂ କିର୍ତ୍ତୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରି କହିଛନ୍ତି ଯେ, ଶବ ଗୃହର କର୍ମଚାରୀ ରୁପକୁମାର ଶାହ ଏକ ବିସ୍ଫୋରକ ବୟାନ ଏବେ ସତ ସାମ୍ନାକୁ ଆଣିବ । କିନ୍ତୁ ଏହା ପୂର୍ବରୁ ଶ୍ରୀ ରୁପକୁମାର ଶାହଙ୍କୁ ସୁରକ୍ଷା ଯୋଗେଇଦେବାକୁ କହିଛନ୍ତି କାରଣ ତାଙ୍କ ଏହି ବିସ୍ଫୋରକ ବୟାନ ପାଇଁ ତାଙ୍କ ଜୀବନ ସଙ୍କଟରେ ରହିଛି । ତାଙ୍କୁ ଯଥାଶୀଘ୍ର ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ।


ଶବ ଗୃହର କର୍ମଚାରୀ ରୁପକୁମାର ଶାହ କହିଛନ୍ତି, ସୁଶାନ୍ତଙ୍କ ମରଶରୀର ଦେଖିବା ପରେ ଲାଗିଥିଲା ଯେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ବେକର ୨ରୁ ୩ଟି ସ୍ଥାନରେ ଆଘାତ ଲାଗିଥିଲା । ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ତାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିବା ପରି ଦେଖାଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ କୋଟିପତି ଡେପୁଟି କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚଢାଉ

ସୁଶାନ୍ତଙ୍କ ମୃତ୍ୟୁ ପରେ ୫ଟି ମରଶରୀର ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା । ଆମକୁ କୁହାଯାଇଥିଲା ଏଥିରେ ଜଣେ ଭିଆଇପିଙ୍କ ଶରୀର ଅଛି । ଯେତେବେଳେ ମୁଁ ସୁଶାନ୍ତଙ୍କ ଶରୀର ଦେଖିଲି, ମୁଁ ମୋ ବରିଷ୍ଠ ମାନଙ୍କୁ କହିଲି ଯେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା । କିନ୍ତୁ ମତେ କୁହାଯାଇଥିଲା ମୁଁ ‌ମୋ କାମ କରିବି ।

ମୋର କାମ ଥିଲା କେବଳ ଶରୀରକୁ କାଟିବା ଏବଂ ସିଲାଇ କରିବା । ସମଗ୍ର ବ୍ୟବଚ୍ଛେଦ ଭିଡିଓ ଗ୍ରାଫ୍‌ ହେବାର ଥିଲା । କିନ୍ତୁ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ ବେଳେ କେବଳ ଫଟୋ ନିଆଯାଇଥିଲା । ରାତିରେ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଥିବା ସେ କହିଛନ୍ତି ।

Share this story