ଭିଜିଲାନ୍ସ ଜାଲରେ କୋଟିପତି ଡେପୁଟି କଲେକ୍ଟର, ଏକକାଳୀନ ୯ଟି ସ୍ଥାନରେ ଚଢାଉ

Vigilance raid on deputy collector house in Odisha

ଓଡ଼ିଆ ଗସିପ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଡେପୁଟି କଲେକ୍ଟର । ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଏକକାଳୀନ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ଭୁବନେଶ୍ବର, ବାଲେଶ୍ବର, ସୋନପୁର, ଜଗତସିଂହପୁର, ଅଫିସ ସମେତ, ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢାଉ । ଏହିଚଢାଉରେ ୨ଜଣ ଡିଏସପି, ୧୪ ଜଣ ଇନିସପେକ୍ଟର, ୬ଜଣ ଏଏସଆଇ ସାମିଲ ଅଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ନୂଆବର୍ଷରେ ବଣଭୋଜି ଓ ପ୍ରକୃତିକୁ ମନଭରି ଉପଭୋଗ କରିବାକୁ ଚାହାନ୍ତି କି? ତେବେ ଓଡିଶାର ଏହି ୫ଟି ଆଖି ଭରିଯାଉଥିବା ସ୍ଥାନକୁ ବୁଲି ଯାଆନ୍ତୁ...

ସୂଚନା ଅନୁଯାୟୀ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଚଳାଇଛନ୍ତି ।

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍ ରେ ଚଢ଼ାଉ ଜାରି ରହିଛି ।

ଏହାଛଡା ଭିଜିଲାନ୍ସ ଟିମ ଚନ୍ଦକା ଥାନା ନୂଆଗାଁ ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଏକା ସାଙ୍ଗରେ ଚଢଉ ଜାରି ରଖିଛି । ବିପୁଳ ପରିମାଣର ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି ।

Share this story