ଓଡ଼ିଶା ମୋତେ ଭଲ ପାଏ ହେଲେ ମୁଁ ବାହା ହୋଇ ସାରିଛି, ଏମିତି ଥିଲା ଦିଲ୍ଲୀ ଭାଉଜଙ୍କ ଉତ୍ତର ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ...

Read what journalist Jagrati Shukla replies on Anubhav Mohanty's second marriage

ଓଡ଼ିଆ ଗସିପ ବ୍ୟୁରୋ: ନିର୍ଭୁଲ ଓ ସ୍ପଷ୍ଟ ଭାବେ ଓଡ଼ିଆରେ ଓଡ଼ିଆଙ୍କ ପାଇଁ ପଦିଏ ମିଠା କଥା କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦିଲ୍ଲୀର ବାନ୍ଧବୀ (କେବଳ ଭଲ ସାଙ୍ଗ) ଜାଗ୍ରତି ଶୁକ୍ଳା । କହିଛନ୍ତି, ଓଡ଼ିଶା ମୋତେ ଭଲ ପାଏ, ମୁଁ ବି ଓଡ଼ିଶାକୁ ଭଲ ପାଏ ।

ଜଗନ୍ନାଥ ଯାହା ଚାହିଁବେ ତାହା ହିଁ ହେବ । ହଁ, ଗତକାଲି ଠାରୁ ଦିଲ୍ଲୀରେ ରହୁଥିବା ଅଣଓଡ଼ିଆ ସାମ୍ବାଦିକା ଓ ଲେଖିକା ଜାଗ୍ରତି ଶୁକ୍ଳା ଓଡ଼ିଶାର ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ।

ସାମ୍ବାଦିକଙ୍କ ପ୍ରଶ୍ନ ଥିଲା ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ ଯେଉଁ କଥା ଆଲୋଚନା ହେଉଛି ସେ ଜଣଙ୍କ ଆପଣ ନୁହନ୍ତି ତ? ଏହାର ଉତ୍ତରରେ ଜାଗ୍ରତି କୁହନ୍ତି, ‘ମୁଁ ବିବାହିତ ’ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଟ୍ରକ ଓ କାର ଭୟଙ୍କର ମୁହାଁମୁହିଁ ଧକ୍କା; ଘଟଣାସ୍ଥଳରେ ଚାଲିଗଲା ୯ ଜଣଙ୍କ ଜୀବନ...

ପ୍ରଶ୍ନ ଥିଲା ଅନୁଭବ-ବର୍ଷା ବିବାଦରେ ଆପଣ କାହିଁକି ପଶିଲେ? ଶୁଣନ୍ତୁ ଉତ୍ତରରେ କହିଥିଲେ ଜାଗ୍ରତି, ‘ମୁଁ ଏ ବିବାଦ ମଧ୍ୟରେ କେଉଁଠି ହିଁ ନଥିଲି । ମୋତେ ଜାଣିଶୁଣି ଏହି ବିବାଦକୁ ଟଣାଯାଇଛି ’ । ମୁଁ ଯେତିକି ଜାଣିଛି ଅନୁଭବ ତାଙ୍କ ଧର୍ମପତ୍ନୀ ସହ ଆଉ ରହୁନାହାନ୍ତି ବୋଲି ବି କହିଛନ୍ତି ଜାଗ୍ରତି । ହଁ କିଏ କଣ କହୁଛି ଆଉ କେତେ ସତ କେତେ ମିଛ ତାହା ସମୟ ହିଁ କହିବ ।

ସେପଟେ ଫ୍ୟାମିଲି ଫ୍ରେଣ୍ଡରୁ ଫ୍ୟାମିଲି ହେବାର କୌଣସି ଆଗ୍ରହ ଅଛି କି ବୋଲି ପ୍ରଶ୍ନର ଉତ୍ତରରେ ଯ।ହା କହିଛନ୍ତି ଜାଗ୍ରତି ତାହା ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଲୋକସଭା ଟିଭିରେ ଏକଦା କାର୍ଯ୍ୟକ୍ରମ ଉପସ୍ଥାପକ ଥିବା ଜାଗ୍ରତି କେନ୍ଦ୍ରାପଡ଼ାର ବିଜେଡି ସାଂସଦଙ୍କୁ ନିଜର ପରିବାର ବୋଲି ଅବିହିତ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଝିଅଙ୍କୁ ବହୁତ ପସନ୍ଦ ଆସେ ଏହି ଦୁଇ ନାମର ପୁରୁଷ, ସେମାନେ ଆକର୍ଶିତ ବି କରନ୍ତି ଝିଅ ମାନଙ୍କ ମନ ବି ଜିତି ନିଅନ୍ତି...

ଅନୁଭବଙ୍କୁ ନିଜ ପରିବାର କହିବା ଓଡ଼ିଆରେ ଏତେ ମିଠା ମିଠା ଶବ୍ଦରେ ସମସ୍ତଙ୍କୁ ବାନ୍ଧି ରଖିବାର ଚେଷ୍ଟା କରିବା ହୁଏତ ଆଗକୁ ଆସୁଥିବା କୌଣସି ଏକ ସୁଖବରର ପୂର୍ବାଭାଷ ବୋଲି ଅନୁମାନ କରାଯାଇପାରେ ।

ଏମିତିରେ ତ ଏବେ ଅନୁଭବ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବର୍ଷାଙ୍କୁ ସମାଲୋଚନା କରି ଅନେକ କଥା କହୁଛନ୍ତି । ସେ ସୌମ୍ୟ ବାବୁ ଜଣଙ୍କ କିଏ ବୋଲି ବି ପ୍ରଶ୍ନ କରୁଛନ୍ତି ହେଲେ ହଠାତ ରାତିର ଅନ୍ଧାରରେ ଉଦିଆ ଚାନ୍ଦ ଭଳି ଆସି ଦି ପଦ କଥାରେ ଓଡ଼ିଆଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରୁଥିବା ଜାଗ୍ରତିଙ୍କୁ ଓଡ଼ିଶାବାସୀ ଭାଉଜ ଡାକିବେ ବା ଦିଦି ଏବେ ତାକୁ ନେଇ ଦ୍ୱନ୍ଦ ।

Share this story

World Odia Language Conferene