ଟ୍ରକ ଓ କାର ଭୟଙ୍କର ମୁହାଁମୁହିଁ ଧକ୍କା; ଘଟଣାସ୍ଥଳରେ ଚାଲିଗଲା ୯ ଜଣଙ୍କ ଜୀବନ...

major road accident kills nine family members on spot

ଓଡ଼ିଆ ଗସିପ ବ୍ୟୁରୋ: ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାକୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରରେ । ରାଇଗଡ ଜିଲ୍ଲା ରୋପଲି ଅଞ୍ଚଳର ଗୋଆ ମୁମ୍ବାଇ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ରହିଥିବା ବେଳେ ତିନି ଜଣ ମହିଳା ଓ ଜଣେ ଶିଶୁ କନ୍ୟା ରହିଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଜଣେ 4 ବର୍ଷର ଶିଶୁ ଗୁରୁତର ଆହତ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଗତ ଜାନୁଆରୀ ୧୩ ତାରିଖରେ ମହାରାଷ୍ଟ୍ରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ୫୦ ଜଣ ଶ୍ରଦ୍ଧାଳୁଙ୍କୁ ଶିରିଡି ନେଇ ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଝିଅଙ୍କୁ ବହୁତ ପସନ୍ଦ ଆସେ ଏହି ଦୁଇ ନାମର ପୁରୁଷ, ସେମାନେ ଆକର୍ଶିତ ବି କରନ୍ତି ଝିଅ ମାନଙ୍କ ମନ ବି ଜିତି ନିଅନ୍ତି...

ନାଶିକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ବସ୍‌ଟି ଶିରିଡି ଯାଉଥିବା ବେଳେ ନାଶିକ-ଶିରିଡି ହାଇୱେର ପାଥେର ଠାରେ ବିପରୀତ ଦିଗରୁ ମାଡି ଆସୁଥିବା ଏକ ଟ୍ରକ ସହ ଧକ୍କା ଦେଇଥିଲା । ୧୦ ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ଦୁଇ ନାବାଳକ ଓ ଜଣେ ପୁରୁଷ ରହିଥିଲେ ।

ଏହି ସଡକ ଦୁର୍ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଝିଅକୁ ହତ୍ୟା ପରେ, ପ୍ରେମିକ ସହ ମିଶି ଚଳନ୍ତା ଟ୍ରେନ୍‌ରୁ ଝିଅର ମୃତଦେହକୁ ଫିଙ୍ଗିଦେଲା ମା'...

ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ PMNRF ପାଣ୍ଠିରୁ ମୃତଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରିଥିଲେ ।

ସେହିପରି ଜାନୁଆରୀ ୯ ତାରିଖରେ ହାଇଦ୍ରାବାଦରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏକ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ରହିଥିଲେ । 

Share this story

World Odia Language Conferene