World Odia Language Conferene

ଝିଅକୁ ହତ୍ୟା ପରେ, ପ୍ରେମିକ ସହ ମିଶି ଚଳନ୍ତା ଟ୍ରେନ୍‌ରୁ ଝିଅର ମୃତଦେହକୁ ଫିଙ୍ଗିଦେଲା ମା'...

mother killed her daughter and threw her dead body getting help from lover boy

ଓଡ଼ିଆ ଗସିପ ବ୍ୟୁରୋ: ଯିଏ ଜନ୍ମ ଦେଇଥିଲା, ଦିନେ ସେ ଜୀବନ ନେଇଗଲା । ସନ୍ତାନକୁ ସୁରକ୍ଷା ଦେବା ପରିବର୍ତ୍ତେ ରାକ୍ଷସୀ ସାଜି ଝିଅର ହତ୍ୟାକାରୀ ସାଜିଲା ମା’ । ପ୍ରେମିକ ସହ ମିଶି ନିଜ ଜନ୍ମ କଲା ଝିଅର ଜୀବନ ନେବାସହ ଚଳନ୍ତା ଟ୍ରେନ୍‌ରୁ ମୃତଦେହ ପିଙ୍ଗିଲେ ମହିଳା ।

ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି । ମହିଳା ଜଣକ ୩ ବର୍ଷର ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଥିଲେ । ଘଟଣାର ଖୋଳତାଡ଼ ପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭାଇ ସାମ୍ନାରୁ ଭଉଣୀକୁ ଟେକି ନେଲେ ଦୁଷ୍କର୍ମକାରୀ, ଆଉ ତା ପରେ ଯାହା ହେଲା ଆପଣ ଜାଣି କାନ୍ଦି ପକାଇବେ...

ପୋଲିସ୍‌ ସୂଚନା ଅନୁସାରେ, ସୋମବାର ମଧ୍ୟରାତ୍ରରେ ସୁନୀତା ଝିଅ କିରଣର ଗଳା କାଟି ହତ୍ୟା କରିଥିଲା । ଏହାପରେ ପ୍ରେମିକ ସନ୍ନିର ସହାୟତାରେ ମୃତଦେହକୁ ବେଡ୍‌ଶିଟ୍‌ରେ ଗୁଡ଼ାଇ ଥିଲା ସୁନୀତା ।

ପରେ ଉଭୟ ଶ୍ରୀଗଙ୍ଗନଗର ରେଲ୍‌ୱେ ଷ୍ଟେସନ ଯାଇଥିଲେ । ମଙ୍ଗଳବାର ସକାଳ ୬ଟା ୧୦ରେ ସୁନୀତା ଓ ସନ୍ନି ଟ୍ରେନ୍‌ ଧରିଥିଲେ । ତେବେ ଫାତୁହି ରେଲ୍‌ୱେ ଷ୍ଟେସନ ପୂର୍ବରୁ ଟ୍ରେନ୍‌ ବ୍ରିଜ୍‌ରେ ଗଡ଼ିବା ମାତ୍ରେ ସେମାନେ ମୃତଦେହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଥିଲେ ।

ସେମାନେ ମୃତଦେହ କେନାଲରେ ଫିଙ୍ଗିବାକୁ ଚାହୁଁଥିଲେ, ହେଲେ ଏହା ରେଲ୍‌ୱେ ଟ୍ରାକ୍‌ ନିକଟରେ ପଡ଼ି ଯାଇଥିଲା । ଫଳରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ମଙ୍ଗଳବାର ସକାଳେ ମୃତଦେହ ଉଦ୍ଧାର ହୋଇଥିଲା ।

Share this story