ପୃଥିବୀ ଆଡକୁ ମାଡି ଆସୁଛି ବିରଳ ଧୂମକେତୁ : ରାତି ହେବ ଦିନ; ଫେବ୍ରୁଆରୀ ୧ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

Rare comet to pass earth this February

ଓଡ଼ିଆ ଗସିପ ବ୍ୟୁରୋ: ବିନା ସୂର୍ଯ୍ୟ କିରଣରେ ରାତି ହେବ ଦିନ ଭଳି ଆଲୋକିତ । ପୃଥିବୀର ଅନେକ ସ୍ଥାନରେ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ । ମାଡ଼ିଆସୁଛି ଧୂମକେତୁ । ପୃଥିବୀ ଆଡ଼କୁ ମୁହାଁଇଛି ଏହି ବିରଳ ଧୂମକେତୁ । ଫେବୃଆରୀରେ ପୃଥିବୀ ନିକଟ ଦେଇ ବିରଳ ଧୂମକେତୁଟି ଅତିକ୍ରମ କରିବ । ପ୍ରାୟ ୫୦ ହଜାର ବର୍ଷ ପରେ ଏହା ଦ୍ୱିତୀୟ ଥର ପାଇଁ ପୃଥିବୀର ନିକଟତର ହେଉଛି ।

ମଝିରେ ମଝିରେ ଧୂମକେତୁ ପୃଥିବୀ ଆଡ଼କୁ ଆସିଥାଏ । ହେଲେ ଏଥର ଆସୁଥିବା ଧୂମକେତୁର ବିଶେଷତ୍ୱ ହେଲା, ୫୦ ହଜାର ବର୍ଷରେ ଥରେ ଏଭଳି ଧୂମକେତୁ ପୃଥିବୀର ନିକଟତର ହୋଇଛି । ଫେବ୍ରୁଆରୀ ୧ରେ ଏହା ପୃଥିବୀର ନିକଟତର ହେବ ବୋଲି ବୈଜ୍ଞାନିକ କହିଛନ୍ତି । ଯାହାର ନାଁ ରହିଛି “ସି ୨୦୨୨ ଇଥ୍ରି’ ଓ ଏହାର ସଂକ୍ଷିପ୍ତ ନାଁ ରଖାଯାଇଛି ଜେଟିଏଫ୍ । ଗତ ବର୍ଷ ମାର୍ଚ୍ଚରେ ପ୍ରଥମେ ଏହି ଧୂମକେତୁ ନେଇ ସୂଚନା ମିଳିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ସେତବେଳେ ଏହା ବୃହସ୍ପତି ପାଖ ଦେଇ ଗତି କରୁଥିଲା । ଏହା ପ୍ରଥମେ ଯେତେବେଳେ ପୃଥିବୀର ପାଖାପାଖି ଆସିଥିଲା, ସେତେବେଳେ ଆଦି ମାନବ ବସବାସ କରୁଥିଲେ । ତେବେ ଏହି ଧୂମକେତୁର ଆକାର ଖୁବ୍ ଛୋଟ ରହିଛି, ତେଣୁ ଏହା ଯୋଗୁଁ ପୃଥିବୀକୁ କ୍ଷତି ପହଂଚିବାର ଆଶଙ୍କା କମ୍ ରହିଥିବା କହିଛନ୍ତି ବୈଜ୍ଞାନିକ ମାନେ ମତ ରଖିଛନ୍ତି । ସେପଟେ ଚଳିତଥର ପୃଥିବୀର ନିକଟତର ହେବା ପରେ ହୁଏତ ବିରଳ ଧୂମକେତୁ ସୌରଜଗତ ବାହାରକୁ ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି ।

ଆଗକୁ ଅଧିକ ଆଲୋକିତ ହେବ ରାତି । ଉଜ୍ଜଳ ଦିଶିବ ଜହ୍ନ ଆଲୁଅ । ରାତିରେ ଆକାଶରେ ଦିଶିବ ମାଳ ମାଳ ଉଜ୍ୱଳ ବସ୍ତୁ । ଜାନୁଆରୀ ଶେଷ ସପ୍ତାହ କିମ୍ଭା ଫେବୃଆରୀ ପ୍ରଥମ ସପ୍ତାହରେ ଘଟିବ ଏହି ମହାଜାଗତିକ ଘଟଣା । ଅର୍ଥାତ ରାତି ଆକାଶରେ ଦେଖାଯିବ ଅନେକ ଉଜ୍ଜଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ଯେଉଁ ଆଡ଼କୁ ଚାହିଁବେ ଆପଣଙ୍କ ଆଖିକୁ ମହାଜଗତର କିଛି ନା କିଛି ଅତି ଉଜ୍ଜଳ ବସ୍ତୁ ଦେଖିବାକୁ ମିଳିବ ।

ସିଧା କହିବାକୁ ଗଲେ ଆଜି ରାତିରେ ଜହ୍ନ ୯୧ ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯିବ । ପ୍ରାୟ ୫୦ ହଜାର ବର୍ଷ ପରେ ଏକ ଧୂମକେତୁ ସୂର୍ଯ୍ୟ ଏବଂ ପୃଥିବୀର ନିକଟବର୍ତ୍ତୀ ହେଉଥିବାରୁ ଲାଞ୍ଜିତାରା ଦେଖିବାକୁ ମିଳିବ । ଏହା ସହ ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର ଅତିକ୍ରମ କରିବା ବେଳେ ଅଧିକ ଆଲୋକିତ ହେବ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ସେହିପରି ଆସନ୍ତାକାଲି ମଧ୍ୟ ଜହ୍ନ ୮୪ ପ୍ରତିଶତ ଅଧିକ ଆଲୋକିତ ହେବ । ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ । ୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳ ଗ୍ରହ । ଗୁରୁବାର ଅର୍ଥାତ ୧୨ ତାରିଖରେ ଏକ ଧୂମକେତୁ ସୂର୍ଯ୍ୟଙ୍କ ପାଖଦେଇ ଅତିକ୍ରମ କରିବ । ଏହି ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ। ସେହିଭଳି ୧୪ରେ ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହକୁ ଦେଖିବାକୁ ମିଳିବ ।

ଏତେସବୁ ମହାଜାଗତିକ ଦୃଶ୍ୟ ଏହି ସପ୍ତାହରେ ରାତି ଆକାଶରେ ଦେଖାଯାଉଥିବାରୁ ଅନ୍ୟ ରାତି ଅପେକ୍ଷା ଚଳିତ ମାସରେ ରାତି ଟିକିଏ ଅଧିକ ଉଜ୍ଜଳ ଦେଖାଯିବ । ପ୍ରାୟତଃ ଜାନୁଆରି ୩୦, ୩୧ ଏବଂ ଫେବୃଆରୀ ୧,୨ ରେ ଖାଲି ଆଖିରେ ଏହା ଦୃଶ୍ୟମାନ ହେବ ।

୨୦୦୫ ଏବଂ ୨୦୨୦ରେ ମଧ୍ୟ ଏମିତି ଧୂମକେତୁ ଦେଖିବାକୁ ମିଳିଥିଲା । ମହାକାଶରେ ଲକ୍ଷ ଲକ୍ଷ ଧୂମକେତୁ ଥିବା ବେଳେ ବର୍ଷକୁ ପ୍ରାୟ ୧୫ରୁ ୨୦ ଧୂମକେତୁ ସୂର୍ଯ୍ୟର ନିକଟବର୍ତ୍ତୀ ହୋଇଥାନ୍ତି ।

Share this story

World Odia Language Conferene