ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

Man killed horribly in witchcraft in Odisha

ଓଡ଼ିଆ ଗସିପ ବ୍ୟୁରୋ: ବର୍ତ୍ତମାନର ଆଧୁନିକ ଯୁଗରେ ମନୁଷ୍ୟ ଅନ୍ୟ ଗ୍ରହରେ ରହିବାର ଯୋଜନା କରୁଥିବାବେଳେ ଆଜିର ସମାଜରେ ଗୁଣିଗାରେଡ଼ି ପରି ଅନ୍ଧବିଶ୍ୱାସକୁ ନେଇ ହତ୍ୟାକାଣ୍ଡ ଘଟିବାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।

ଆମେ କହୁଚୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡିଆ ପଞ୍ଚାୟତ ଅଧୀନ ସାରଜମଡିହି ଗାଁରେ ଗତ ଶୁକ୍ରବାର ସଂଧ୍ୟାରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଜନୈକ ବୃଦ୍ଧଙ୍କୁ ଦୁର୍ବୁତ୍ତମାନେ ଅତି ବିଭତ୍ସ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଥିବା ଜଣାପଡିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ଆଜି (ନଭେମ୍ବର ୧୨, ୨୦୨୨)ର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ ଆଶା ଅନୁଯାୟୀ ଫଳ ପାଇବେ

ସୂଚନା ଅନୁସାରେ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ପାଇଁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଗୁରୁବାରୀ ଙ୍କ ସ୍ବାମୀ ଠୁଙ୍ଗୁରୁ ସିଂ (୬୫) ।

ଗୁରୁବାରୀ ଏବଂ ପରିବାରର ଅନ୍ୟମାନେ ରାତିରେ ଘରକୁ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । କେହି ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ବାଲିଯାତ୍ରା ଥିଲା ଦେଶ ଦର୍ଶନ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୂର୍ବରୁ ମୃତ ଠୁଙ୍ଗୁରୁର ପୁତୁରା ସହ ଗୁଣି ଗାରେଡି ସନ୍ଦେହକୁ ନେଇ ବିବାଦ ହୋଇଥିବା ବେଳେ ଏହା ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି ।

ସେପଟେ ଏହି ହତ୍ୟା ଘଟଣାରେ ଖୁଣ୍ଟା ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Share this story