ଆଜି (ନଭେମ୍ବର ୧୨, ୨୦୨୨)ର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ ଆଶା ଅନୁଯାୟୀ ଫଳ ପାଇବେ

rasifala November 12 2022

ଓଡ଼ିଆ ଗସିପ ବ୍ୟୁରୋ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ । ପଢନ୍ତୁ ଆଜିର ରାଶିଫଳ ବିଷୟରେ ଏବଂ କେମିତି ରହିବ ଆପଣଙ୍କ ଭାଗ୍ୟ ।

ମେଷ: ଦିନଟି ମଧ୍ୟମ ଧରଣର ରହିବ । ଅର୍ଥକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ।

ବୃଷ: ସାହସିକତାର ସହ କାର୍ଯ୍ୟ କରି ସଫଳତା ପାଇବେ। ଆୟବ୍ୟୟ ସମାନ ରହିବ । କୌଣସି ସମସ୍ୟାର ସମାଧାନ ଘଟିବ । ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ରହିବ ।

ମିଥୁନ: ସମୟ ଅନୁକୂଳ ରହିବ । କାରବାରରେ ଅତ୍ୟଧିକ ଲାଭ ପାଇବେ । ଅର୍ଥ ଆଗମନର ଯୋଗ ରହିଛି । ଭ୍ରମଣଯୋଗ ରହିଛି । ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ । ପାରିବାରିକ ସମ୍ପର୍କ ସୁଦୃଢ଼ ହେବ ।

କର୍କଟ: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କୌଣସି କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି । ଭାଇଭଣୀଙ୍କ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ ।

ଅଧିକ ପଢିବା ପାଇଁ ଏଠି କ୍ଲିକ କରନ୍ତୁ : ଏହି ୬ଟି ସଙ୍କେତରୁ ଜାଣନ୍ତୁ କେତେ ଗଭୀର ସମ୍ପର୍କ ରହିବ ଆପଣଙ୍କ ଦାମ୍ପତ୍ୟ ଜୀବନ; ଜୀବନ ସାରା ରହିବ ଅତୁଟ ସମ୍ପର୍କ ?

ସିଂହ: ଦେହ ଓ ମନ ଭଲ ରହିବ । ପରିବାର ବର୍ଗଙ୍କ ସହ ଅଧିକ ସମୟ କାଟିବେ । କର୍ମକ୍ଷେତ୍ରରେ କଠିନ ପରିସ୍ଥିତିର ମୁକାବିଲା କରିବେ । ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ ।

କନ୍ୟା: ଆଶା ଅନୁଯାୟୀ ଫଳ ପାଇବେ । ନିଜ ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରି ସୁଫଳ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ନୂତନ ଜ୍ଞାନ ଆହରଣ କରିବେ । କର୍ମକ୍ଷେତ୍ରରେ ଆଗୁଆ ରହିବେ ।

ତୁଳା: ଆଜିର ଦିନରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମନ ବିଚଳିତ ରହିବ । ଅର୍ଥ କାରବାର ସମୟରେ ସର୍ତକତା ଅବଲମ୍ବନ କରନ୍ତୁ । ପ୍ରେମ ସମ୍ପର୍କରେ ବାଦବିବାଦ ଦେଖା ଦେଇପାରେ ।

ବିଛା:କୌଣସି ଶୁଭ ସମାଚାର ପାଇବେ । ମାନସମ୍ମାନ ବୃଦ୍ଧି ପାଇବ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ । ନୂତନ ନିଯୁକ୍ତି ସୁଯୋଗ ପାଇବେ ।

ଅଧିକ ପଢିବା ପାଇଁ ଏଠି କ୍ଲିକ କରନ୍ତୁ : ଚନ୍ଦ୍ରଗ୍ରହଣରେ ସ୍ୱାମୀକୁ ଛୁଇଁଲେ ପାପ; ଏହି ବେଳାରେ ଶାରୀରିକ ସମ୍ବନ୍ଧ କେତେ ଠିକ ବିବାହିତା ଦମ୍ପତ୍ତି ନିଶ୍ଚିନ୍ତ ଜାଣି ରଖନ୍ତୁ...

ଧନୁ: ଆଜି ଦେହ ଓ ମନ ଭଲ ରହିବ । ନିଜ ଇଚ୍ଛା ଅନୁଯାୟୀ ଫଳ ପାଇବେ । ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ । କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରନ୍ତୁ । ନୂତନ ନିବେଶ କରିପାରନ୍ତି ।

ମକର: କୌଣସି ନୂତନ ସୁଯୋଗରୁ ଫାଇଦା ଉଠାଇବେ । ପରିଶ୍ରମର ଫଳ ପାଇବେ । ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ । ନୂତନ କାମ ଆରମ୍ଭ କରିପାରିବେ । ରାଜନୀତି କରୁଥିବା ଲୋକଙ୍କୁ ଉଚ୍ଚପଦ ମିଳିବ ।

କୁମ୍ଭ: ମନରେ ଧାର୍ମିକ ଚିନ୍ତାଧାରା ଆସିବ । ବାଦବିବାଦ ପରିସ୍ଥିତି ଉପୁଜିପାରେ । ପରିବାର ସଦସ୍ୟଙ୍କ ସହାୟତା ପାଇବେ । କର୍ମକ୍ଷେତ୍ରରେ ସଫଳତା ପାଇବେ ।

ମୀନ: ଆଜିର ଦିନଟି ମଧ୍ୟମ ଧରଣର ରହିବ । ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ । କୌଣସି ନୂତନ ବସ୍ତୁ କ୍ରୟ କରିବେ । ନବ ବିବାହିତ ଦମ୍ପତି ଭବିଷ୍ୟତ ପାଇଁ ଯୋଜନା ବନେଇବେ ।

Share this story