ଚନ୍ଦ୍ରଗ୍ରହଣରେ ସ୍ୱାମୀକୁ ଛୁଇଁଲେ ପାପ; ଏହି ବେଳାରେ ଶାରୀରିକ ସମ୍ବନ୍ଧ କେତେ ଠିକ ବିବାହିତା ଦମ୍ପତ୍ତି ନିଶ୍ଚିନ୍ତ ଜାଣି ରଖନ୍ତୁ...

relationship3

ଓଡ଼ିଆ ଗସିପ ବ୍ୟୁରୋ: ରାତି ପହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କିନ୍ତୁ ଆସନ୍ତା କାଲି ଯଦି ନିଜ ସେକ୍ସ ଆଗ୍ରହ ପ୍ରତି କାବୁ ନ ପାଇଲେ ତେବେ ଆପଣ ପାପର ଭାଗିଦାରୀ ହେବେ । ଆପଣ ପୁରୁଷ ହୁଅନ୍ତୁ ଅବା ନାରୀ ଯଦି ଦେହର ଭୋକକୁ ମେଣ୍ଟେଇବାକୁ ଯାଇ ପାର୍ଟନରଙ୍କ ଛାତିରେ ଛାତିକୁ ଏକ କରନ୍ତି ତେବେ ଆପଣଙ୍କ ପାର୍ଟନର ବି ଫସିବେ ।

ତେବେ ଜାଣନ୍ତୁ କାହିଁକି ରାତି ପହିଲେ ସେକ୍ସ କଲେ ଶନିଙ୍କ କୋପ ସମ୍ଭାଳିବାକୁ ପଡିବ ।

ମଙ୍ଗଳବାର ଅର୍ଥାତ ଆସନ୍ତା କାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଗ୍ରହଣ ଦିନ କାର୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ ।

ସେପଟେ ଚନ୍ଦ୍ରଗ୍ରହଣ ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ । ସେହିପରି ଭାରତରେ ପରବର୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ । 

କ’ଣ କରିବେ କ’ଣ କରିବେନି?

– କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଶେଷ ଚନ୍ଦ୍ରଗ୍ରହଣ
– ମଙ୍ଗଳବାର ଭୋର ୫ଟା ୫୪ରୁ ପାକତ୍ୟାଗ ନିଷେଧ
– ଦେବନୀତି ଓ ପୂଜାର୍ଚ୍ଚନା ବନ୍ଦ
– ଭୋର ୫ ଟା ୩୮ ପୂର୍ବରୁ ଡଙ୍ଗା ଭସାଇ ପାରିବେ ଶ୍ରଦ୍ଧାଳୁ
- ୨ଟାରୁ ଭୋର ୫ଟା ୩୮ମଧ୍ୟରେ ଡଙ୍ଗା ଭସାଇବେ 

– ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୮ରେ ସର୍ବମୋକ୍ଷ
– ୧ଘଂଟା ୧୨ ମିନିଟ୍ ୪୮ ସେକେଣ୍ଡ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
– ଚନ୍ଦ୍ରଗ୍ରହଣକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ କଟକଣା, ନୀତିକାନ୍ତି
– ଗ୍ରହଣ ସମୟରେ ଭୋଜନ ନିଷେଧ 
– ରୋଗୀ, ବୃଦ୍ଧ, ପିଲା ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଲାଗୁ ହେବନି ନିୟମ
– ଗ୍ରହଣ ସମୟରେ ପଦାକୁ ବାହାରିବା ଅନୁଚିତ୍ ବୋଲି ରହିଛି ବିଶ୍ୱାସ

ଏବେ କିନ୍ତୁ ଏ ସବୁଠୁ ଅଧିକ ଚିନ୍ତାର କଥା ଯେ, ଆପଣ ଯଦି ରାତି ପାହିଲେ ରତିକ୍ରିଡାରୁ ନ ବର୍ତନ୍ତି ତେବେ ସମସ୍ୟାରେ ପଡି ପାରନ୍ତି ।

Share this story