ବାଲିଯାତ୍ରା ଥିଲା ଦେଶ ଦର୍ଶନ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

accident two died

ଓଡ଼ିଆ ଗସିପ ବ୍ୟୁରୋ: ବିଳମ୍ବିତ ରାତିରେ ପାରାଦ୍ୱୀପ – ଚଣ୍ଡିଖୋଲ ୫୩ ନଂମ୍ବର ଜାତୀୟ ରାଜପଥ ମାର୍ଶାଘାଇ ଥାନା ଅଧିନ ଜୟଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ମୃତ ।

ମୃତ ଦୁଇ ଯୁବକ ହେଲେ କରଞ୍ଜ ଗ୍ରାମର ମହେନ୍ଦ୍ର ଶତପଥୀ ଓ ଚର୍ତୁଭୁଜ ଦାସ । ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଜଣଙ୍କ ମୃତଦେହକୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଅଧିକ ପଢିବା ପାଇଁ ଏଠି କ୍ଲିକ କରନ୍ତୁ: ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଖାଦ୍ୟ: ଆଜି ହିଁ ଏସବୁକୁ ପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ଭୋଗିବେ ଗମ୍ଭୀର ଦଶା...

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚତୁର୍ଭୁଜ ଓ ମହେନ୍ଦ୍ର ପାରାଦୀପରୁ ବାଲିଯାତ୍ରା ଦେଖି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ ।

ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିଲା । ପୁଲିସ ପହଞ୍ଚି ସେମାନଙ୍କୁ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

Share this story