ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଭୂମିକମ୍ପ ନେଇ ସ୍ପଷ୍ଟ କଲେନି ପାଣିପାଗ ବିଭାଗ, ଲୋକେ ଛାନିଆ...

Citizens in fear as loud sound shakes three districts in Odisha

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝରରେ ଏହି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି । ବଡ଼ ବୋମା ଭଳି ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ଥରିଲା ସମଗ୍ର ଅଞ୍ଚଳ । ଭୟରେ ଲୋକାମନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ ।

ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଦ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହାର ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା ।

ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଥିଲା ପୁରା ଅଞ୍ଚଳ । ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି ।

ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ । ତେବେ କେଉଁ କାରଣରୁ ଏଭଳି ଶବ୍ଦ ହେଲା କିଛି ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇନାହିଁ । ଲୋକମାନେ ଏବେ ବି ଭୟରେ ଅଛନ୍ତି । କାହିଁକି ଏମିତି ହେଲା କ’ଣ ପାଇଁ କିଛି ବି ସ୍ପଷ୍ଟ ହୋଇ ପାରୁ ନାହିଁ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶକ୍ତ ଧକ୍କା, ଟ୍ରଲିରେ ବାନ୍ଧି ବୋହି ନେଲେ, ଭିଡିଓ ଭାଇରାଲ୍‌...

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଶଳାର ପ୍ରେମିକା ପେଟରେ ଭିଣୋଇର ଛୁଆ, ଥାନାରେ ଟେନସନ, ଛୁଆ କାହାର ବୋଲି ପୋଲିସ ଆପଣେଇଲା ଏହି ଉପାୟ...

ଆଜି ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି । ବଡ଼ ବୋମା ଭଳି ଭୟଙ୍କର ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ପୁରା ଥରି ଉଠିଥିଲା ।

ହଠାତ୍‌ ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ । ତେବେ କେଉଁ କାରଣରୁ ଏଭଳି ଶବ୍ଦ ହେଲା ତା’ର କାରଣ ଜଣାପଡ଼ିନି । ଅନ୍ୟପକ୍ଷେ, ରାଜ୍ୟରେ ଭୂମିକମ୍ପ ନେଇ କୌଣସି ସୂଚନା ନଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

୩ ଜିଲ୍ଲାରେ ଭୀଷଣ ଶବ୍ଦକୁ ନେଇ ପାଣିପାଗ ବିଭାଗ କହିଛି ଶବ୍ଦ ଭୂମିକମ୍ପ ଜନିତ ନୁହେଁ । ଓଡ଼ିଶାରେ ଭୂକମ୍ପ ନେଇ ସ୍ପଷ୍ଟ କରିନି ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ସକାଳେ କେବଳ ମହାରାଷ୍ଟ୍ରରେ ଭୂମିକମ୍ପ ହୋଇଥିଲା ବୋଲି ପାଣିପାଗ କେନ୍ଦ୍ର କହିଛି । 

Share this story

World Odia Language Conferene