ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶକ୍ତ ଧକ୍କା, ଟ୍ରଲିରେ ବାନ୍ଧି ବୋହି ନେଲେ, ଭିଡିଓ ଭାଇରାଲ୍‌...

shame on devotees as Lord Jagannath was carried on trolley in Puri

ଓଡ଼ିଆ ଗସିପ୍ ବ୍ୟୁରୋ: ଏତେ ସରି ତୋତେ କିଏ କଲାରେ କାଳିଆ । ଯେଉଁ ଦାଣ୍ଡରେ ତୋତେ କୋଟି କୋଟି ଭକ୍ତି ରୁଣ୍ଢ ହୁଅନ୍ତି ଆଉ ତୋର ରଥକୁ ଟାଣି ଟାଣି ନିଅନ୍ତି । ସେହି ପାପି ମଣିଷ ଆଜି ତୋତେ ଟ୍ରଲିରେ ବାନ୍ଧି ବୋହି ନେବାର ଦୃଶ୍ୟ ଭାରି କାଟୁଛିରେ କାଳିଆ । ଜମା ବ୍ୟସ୍ତ ହୁଅନା ମୋ କାଳିଆ ସମୟ ଆସିବ ଏହି ପାପିଙ୍କ ବିନାଶ ରଚିବା ବୁଦ୍ଧି କୁ ତୁ ହିଁ ସଂହାର କରିବୁ । ହେ ଭକ୍ତ ମାନେ ଯିଏ ତୁମକୁ ସବୁବେଳେ ସମସ୍ତ ଦୁଃଖରୁ ବଞ୍ଚାଉଛି ତାକୁ ଏମିତି ସରି ଆଉ କର ନାହିଁ ।

କାହିଁକି ନା ପୁଣି ବଡ ଠାକୁର କାଳିଆ କୁ ଅପମାନ ସହିବାକୁ ପଡିଛି । ପୁଣି ଦୋହରିଛି ବାଲେଶ୍ୱର ଘଟଣା, ତା’ ପୁଣି ପୁରୀରେ । ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ଟ୍ରଲିରେ ବନ୍ଧା ଯାଇ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ନିଆଯାଉଥିବା ନଜର ଆସିଛି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଜିନିଷ ବୋହିବା ପରି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ବୋହି ନିଆଯାଉଥିଲା । ପୁରୀ ସିଂହଦ୍ୱାର ସମ୍ମୁଖରୁ ଏହାକୁ ଦୋଳବେଦୀ କୋଣ ଯାଏ ନିଆ ଯାଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ କପଡ଼ାରେ ବାନ୍ଧି, ଟ୍ରଲି ଚାଳକ ଜଣକ ସର୍ବ ସମ୍ମୁଖରେ ନେଇଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଚାଣକ୍ୟ ନୀତି: ନିଜର ଏହି ୩ଟି କଥା କେବେ ବି କାହା ସହ ସେୟାର କରନ୍ତୁନି; ଫାଇଦା ଉଠାଇବେ ଲୋକ

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମିକ ସହ ମିଶି ସ୍ୱାମୀର ହତ୍ୟା କଲା ପତ୍ନୀ; ମୃତ୍ୟୁ ପରେ ବି ଲଗାଉଥିଲା ସିନ୍ଦୂର, ରହସ୍ୟ ଜାଣି ଆପଣଙ୍କ ପାଦ ତଳୁ ମାଟି ଖସିପଡିବ...

ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଲୋକମାନେ ପ୍ରତିବାଦ ମଧ୍ୟ କରିଥିଲେ । ତଥାପି ଟ୍ରଲି ଚାଳକ ଜଣ ଏହାକୁ ଖାତିର ନକରି ଟ୍ରଲିରେ ବୋହି ନେଇଥିଲେ । ଏସମ୍ପର୍କରେ ପଚାରିବାରୁ ଟ୍ରଲି ଚାଳକ ଜଣକ କହିଥିଲେ ଯେ, ବାଲି ସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିଲେ ।

ଅନ୍ୟପକ୍ଷେ, ଏଭଳି ଅଭାବନୀୟ ଘଟଣାକୁ ନେଇ ପୁରୀବାସୀ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । ସୂଚନାଥାଉ କି, କିଛି ମାସ ପୂର୍ବରୁ ବାଲେଶ୍ୱର ରେ ବି ପିକଅପ୍ ଭ୍ୟାନ୍‌ରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅତି ବେପରୁଆ ଭାବେ ବାନ୍ଧି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଯାହା ପରେ ସାରା ରାଜ୍ୟରେ ଏନେଇ ଆଲୋଡନ ସୃଷ୍ଟି ହୋଇଥିଲା । ଶେଷରେ ଏନେଇ ସମ୍ପୃକ୍ତ ଟେଣ୍ଟ ସଂସ୍ଥାର ମାଲିକ କ୍ଷମା ପ୍ରାର୍ଥନା କରିଥିଲେ ।

Share this story

World Odia Language Conferene