ଶଳାର ପ୍ରେମିକା ପେଟରେ ଭିଣୋଇର ଛୁଆ, ଥାନାରେ ଟେନସନ, ଛୁଆ କାହାର ବୋଲି ପୋଲିସ ଆପଣେଇଲା ଏହି ଉପାୟ...

brother in law arrested in pregnant case of his brothers girl friend

ଓଡ଼ିଆ ଗସିପ ବ୍ୟୁରୋ: ଶଳାର ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଜେଲ ହାଜତକୁ ଯାଇଛନ୍ତି ରସିକିଆ ଭିଣୋଇ । ଏପରି ଏକ ସଙ୍ଗୀନ ଘଟଣା ଘଟିଛି କରଞ୍ଜିଆ ଥାନା ଅଞ୍ଚଳର ତିନିଟିଆ ଗ୍ରାମରେ ।

ତିନିଟିଆ ଗ୍ରାମର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ପାଖ ଗ୍ରାମ ପାହାଡି ସାହିକୁ ୪ ମାସ ପୂର୍ବେ ଯାତ୍ରା ଦେଖିବାକୁ ଯାଇଥିଲା । ସେଠାରେ ଅଭିଯୁକ୍ତ ପୁଷ୍ପକ ନାଏକ ଓ ତାଙ୍କ ଶଳା ସିପୁଙ୍କ ସହିତ ଦେଖାହୁଏ । ସମୟ କ୍ରମେ ସିପୁ ସହିତ ନାବାଳିକାର ପ୍ରେମ ସମ୍ପର୍କ ଗଢିଉଠେ ।

ସିପୁ ଉକ୍ତ ନାବାଳିକାଙ୍କ ସହ ପ୍ରତିଦିନ ଫୋନ୍‌ରେ କଥା ହୁଏ । ଏ ବିଷୟରେ ସିପୁର ଭିଣୋଇ ମଧ୍ୟ ଜାଣିଥିଲା କି ତାଙ୍କ ଶଳା ଉକ୍ତ ନାବାଳିକାକୁ ପ୍ରେମ କରୁଛି । ତେବେ ଦିନେ ଅଭିଯୁକ୍ତ ପୁଷ୍ପକ ନାଏକ ଶଳାର ପ୍ରେମିକା ଘରକୁ ଯାଇ ଦୁଷ୍କର୍ମ କରିଥିଲା । ହେଲେ ଏ ବିଷୟରେ କାହାକୁ ନକହିବାକୁ କହିଥିଲା ।

ତେବେ ଘଟଣାର ୪ ମାସ ପରେ ନାବାଳିକାର ପେଟ ବଢିବାରୁ ଘର ଲୋକଙ୍କୁ କହିଥିଲା । ନାବାଳିକାର ମା କରଞ୍ଜିଆ ଥାନାରେ ପୁଷ୍ପକଙ୍କ ବିରୋଧରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ । ନାବାଳିକା ମା'ଙ୍କ ଅଭିଯୋଗକୁ ଆଧାର କରି କରଞ୍ଜିଆ ଥାନା ଏସ.ଆଇ ଅଜୟ କୁମାର ରାଉଳ ପୁଷ୍ପକକୁ ଗିରିଫ କରିଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ଏୟାରପୋର୍ଟ ବୁଦାମୂଳେ ଦେହ ବେପାରରେ ମସଗୁଲ ଥିଲେ ମହିଳା ଏବଂ ଦୁଇ ଯୁବକ, ମାଡ଼ିବସିଲେ ସ୍ଥାନୀୟ ଲୋକେ ଆଉ ତା'ପରେ...

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଦେଖନ୍ତୁ Exclusive ଭିଡ଼ିଓ: ଶନିବାର ପାଇଁ ଦୁଇଟି ବଙ୍ଗାଳୀ ଝିଅ ମିଳିପାରିବ କି ? ଏମିତି ଅନେକ କିଛି ଦେହ କାରବାରର ଅଡିଓ ଓ ଚାଟ ଡିଲ କରୁଛନ୍ତି ଅର୍ଚ୍ଚନା ନାଗ...

ତେବେ ପୁଷ୍ପକ ଥାନାରେ ମୁଁ ଏ କାମ କରିନି ମୋ ଶଳା କରିଛି ବୋଲି କହିବାରୁ ଆଇ.ଆଇ.ସି ରଞ୍ଜନ କୁମାର ସେଠି ଶଳା ସିପୁକୁ ଥାନାକୁ ଡାକି ପଚରାଉଚୁରା କରିବା ସହ ଉଭୟଙ୍କୁ ଏକାଠି ରଖି ପୀଡିତା ନାବାଳିକାକୁ ଚିହ୍ନଟ ପାଇଁ କହିଥିଲେ ।

ତେବେ ପୀଡିତା ପୁଷ୍ପକକୁ ଚିହ୍ନଟ କରିଥିଲା । ତେଣୁ ପୁଷ୍ପକକୁ ଗିରଫ କରି ତା ବିରୋଧରେ ଥାନାରେ ୩୨୫/୨୨ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ଥାନା ଆଇ.ଆଇ.ସି ରଞ୍ଜନ କୁମାର ସେଠି ସୂଚନା ଦେଇଛନ୍ତି ।

Share this story

World Odia Language Conferene