ମୃତ୍ୟୁ ପୂର୍ବରୁ ଶରୀର ଦେଇଥାଏ ୭ଟି ସଙ୍କେତ, ଜାଣନ୍ତୁ ଶେଷ ମୁହୂର୍ତ୍ତରେ କେଉଁ ସବୁ ଲକ୍ଷଣ ଦେଖାଯାଏ...
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): ଜୀବନର ସବୁଠାରୁ କଠିନ ସମୟ ସେତିକିବେଳେ ହୋଇଥାଏ, ଯେତେବେଳେ ଆପଣ ନିଜର କୌଣସି ପ୍ରିୟଜନଙ୍କୁ ମୃତ୍ୟୁ ଆଡ଼କୁ ଗତି କରୁଥିବାର ଦେଖନ୍ତି । ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଅସୁସ୍ଥ ଥାନ୍ତି ଏବଂ ଜୀବନର ଶେଷ ପର୍ଯ୍ୟାୟରେ ଥାନ୍ତି, ତେବେ ଶରୀର ଧୀରେ ଧୀରେ କାମ କରିବା ବନ୍ଦ କରିଦିଏ । ଏଭଳି ପରିସ୍ଥିତିରେ ଶରୀରରେ କିଛି ଲକ୍ଷଣ ଦେଖାଯାଏ ବା ଶରୀର ସଙ୍କେତ ଦେବାକୁ ଲାଗେ, ଯାହାକୁ ଚିହ୍ନି ଆପଣ ନିଜ ପ୍ରିୟଜନଙ୍କୁ ହରାଇବା ପୂର୍ବରୁ ନିଜକୁ ମାନସିକ ଓ ବ୍ୟାବହାରିକ ଭାବେ ପ୍ରସ୍ତୁତ କରିପାରିବେ । ମୃତ୍ୟୁ ନିକଟତର ହେଲେ ଶରୀରରେ ଦେଖାଯାଉଥିବା ସେହି ୭ଟି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା...
ଭୋକ ଏବଂ ଶୋଷ କମିଯିବା: ମୃତ୍ୟୁର କିଛି ସପ୍ତାହ ପୂର୍ବରୁ ହିଁ ବ୍ୟକ୍ତିର ଭୋକ ଏବଂ ଶୋଷ କମିବାକୁ ଲାଗେ। ଶରୀରକୁ ଆଉ ଶକ୍ତିର (energy) ଆବଶ୍ୟକତା ରହେ ନାହିଁ। ଏଭଳି ସ୍ଥିତିରେ ବ୍ୟକ୍ତିଙ୍କୁ ଜବରଦସ୍ତି ଖୁଆଇବା ପିଆଇବା ଠାରୁ ଦୂରେଇ ରହିବା ଉଚିତ୍।
ଅଧିକ ଶୋଇବା ଏବଂ ପ୍ରତିକ୍ରିୟାଶୀଳ ନହେବା: ବ୍ୟକ୍ତିଙ୍କୁ ସବୁ ସମୟରେ ନିଦ ଲାଗିଥାଏ କିମ୍ବା ମୁଣ୍ଡ ବୁଲାଇବା ଭଳି ଅନୁଭବ ହୁଏ। ବ୍ୟକ୍ତିଜଣକ ଅନ୍ୟମାନଙ୍କ କଥାରେ କୌଣସି ପ୍ରତିକ୍ରିୟା ଦେବା (unresponsive ହେବା) ବନ୍ଦ କରିଦିଅନ୍ତି।
ଅଧିକ ପଢ଼ନ୍ତୁ: ସାବଧାନ! ୬ ଘଣ୍ଟାରୁ କମ୍ ଏବଂ ୮ ଘଣ୍ଟାରୁ ଅଧିକ ଶୋଉଥିଲେ ଆପଣ ଶୀଘ୍ର ହୋଇଯିବେ ବୁଢା, ଅଧ୍ୟୟନରୁ ଖୁଲାସା
ମାଂସପେଶୀ ଦୁର୍ବଳ ହେବା ଏବଂ କ୍ଲାନ୍ତି: ମୃତ୍ୟୁର ନିକଟତର ହେବା ସହିତ ବ୍ୟକ୍ତିର ମାଂସପେଶୀ ଦୁର୍ବଳ ହେବାକୁ ଲାଗେ ଏବଂ ଶରୀରରେ ସବୁବେଳେ କ୍ଲାନ୍ତି ବା ଥକ୍କାପଣ ଅନୁଭବ ହୁଏ। ଏହି ସମୟରେ ରୋଗୀଙ୍କୁ ବହୁତ ଆରାମରେ ଉଠାଇବା-ବସାଇବା ଉଚିତ୍ ଏବଂ ତକିଆ ସାହାଯ୍ୟରେ ତାଙ୍କୁ ସପୋର୍ଟ ଦେବା ଦରକାର।
ହାତ-ପାଦ ଥଣ୍ଡା ପଡ଼ିଯିବା: ବ୍ୟକ୍ତିର ଶରୀରରେ ରକ୍ତ ସଞ୍ଚାଳନ (blood circulation) କମିଯାଏ। ଏହି କାରଣରୁ ବିଶେଷ କରି ହାତ ଓ ପାଦ ଥଣ୍ଡା ପଡ଼ିବାକୁ ଲାଗେ। ଚର୍ମ ଉପରେ ଦାଗ ମଧ୍ୟ ଦେଖାଯିବାକୁ ଲାଗେ।
ଶରୀରର ଗୁରୁତ୍ୱପୂର୍ଣ୍ଣ ସଙ୍କେତରେ ପରିବର୍ତ୍ତନ: ମୃତ୍ୟୁର ନିକଟତର ବ୍ୟକ୍ତିଙ୍କ ଶରୀରରେ ଅନେକ ପରିବର୍ତ୍ତନ (fluctuation) ଦେଖାଯାଏ। ବ୍ଲଡ ପ୍ରେସର କମିବାକୁ ଲାଗେ, ହୃଦସ୍ପନ୍ଦନ (heartbeat) କମ କିମ୍ବା ବେଶୀ ହୁଏ, ନାଡ଼ି (pulse) ମିଳେନାହିଁ ଏବଂ ଶ୍ୱାସକ୍ରିୟା ଧୀମା ହୋଇଯାଏ।
ଅଧିକ ପଢ଼ନ୍ତୁ: ପୁଣି ମନମାନୀ କଲା ଇସ୍କନ: ବିଦେଶ ମାଟିରେ ପୁଣି ଆୟୋଜନ ହେଲା ‘ଅଦିନିଆ ରଥଯାତ୍ରା'
ଯନ୍ତ୍ରଣା ବଢ଼ିଯିବା: ଯଦି ବ୍ୟକ୍ତିଙ୍କର କୌଣସି ରୋଗ ଥାଏ, ତେବେ ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ବଢ଼ିଯାଏ। ବ୍ୟକ୍ତିଙ୍କ ପାଟିରୁ ଯନ୍ତ୍ରଣାର କାନ୍ଦ ବା କଷ୍ଟର ସ୍ବର ବାହାରିଥାଏ ଏବଂ ସେ ଦୀର୍ଘ ସମୟ ଧରି କଷ୍ଟରେ କାନ୍ଦିଥାନ୍ତି।
ମାନସିକ ଭ୍ରମ (Mental Confusion): ନିଜର ଶେଷ ସମୟରେ ବ୍ୟକ୍ତି ମାନସିକ ଭ୍ରମ ବା ଦ୍ୱନ୍ଦ୍ୱରେ ରହନ୍ତି। ସେ ନିଜର ପ୍ରିୟଜନଙ୍କୁ କିମ୍ବା ସେମାନଙ୍କ ସ୍ବରକୁ ଚିହ୍ନିପାରନ୍ତି ନାହିଁ। ଶରୀରରେ ଅକ୍ସିଜେନ ସ୍ତର କମିଯିବା ଯୋଗୁଁ ଏପରି ହୋଇଥାଏ।
.png)
