ପୁଣି ମନମାନୀ କଲା ଇସ୍କନ: ବିଦେଶ ମାଟିରେ ପୁଣି ଆୟୋଜନ ହେଲା ‘ଅଦିନିଆ ରଥଯାତ୍ରା'

ISKCON did its bidding again Adinia Rath Yatra was organized again in a foreign land

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର/ପୁରୀ): ଇସ୍କନ ପୁଣି ଥରେ ବିବାଦ ଘେରକୁ ଆସିଛି। ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀର ପରମ୍ପରା ଏବଂ ଶାସ୍ତ୍ରୀୟ ନୀତି-ନିୟମକୁ ଅଣଦେଖା କରି ବିଦେଶ ମାଟିରେ ଇସ୍କନ ପକ୍ଷରୁ ପୁଣି ଥରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଛି। ଜୋହାନ୍ସବର୍ଗରେ ସାଉଥ୍ ଆଫ୍ରିକା ଇସ୍କନ୍ ପକ୍ଷରୁ ଗତ ୧୫ ଓ ୧୬ ତାରିଖରେ ଦୁଇ ଦିନ ଧରି ରଥଯାତ୍ରା ଆୟୋଜନ କରାଯାଇଥିଲା। ସେହିପରି ଆମେରିକାର ଫ୍ଲୋରିଡ଼ାରେ ବି ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ।

ତେବେ ଦକ୍ଷିଣ ଆଫ୍ରିକାର ଡର୍ବାନ ସମେତ ବିଭିନ୍ନ ବିଦେଶୀ ସହରରେ ନିକଟରେ ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରାକୁ ନେଇ ସାରା ଓଡ଼ିଶାରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଇସ୍କନ ପକ୍ଷରୁ ଦକ୍ଷିଣ ଆଫ୍ରିକାର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା କରାଯାଇଥିଲା। କେବଳ ସମୟ ନୁହେଁ, ବରଂ ରଥ ନିର୍ମାଣର ଶାସ୍ତ୍ରୀୟ ନୀତି ଏବଂ ରଥ ଉପରେ ଘୋଡ଼ାଯାଇଥିବା କପଡ଼ାର ରଙ୍ଗକୁ ନେଇ ମଧ୍ୟ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ପୂର୍ବରୁ ଅଷ୍ଟ୍ରେଲିଆ, ଆମେରିକା ଏବଂ ତାଇପେଇ ଭଳି ସ୍ଥାନରେ ମଧ୍ୟ ସମାନ ଭାବେ ତିଥି-ନକ୍ଷତ୍ର ନମାନି ରଥଯାତ୍ରା କରାଯାଇଥିଲା, ଯାହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିଲା।

ଅଧିକ ପଢ଼ନ୍ତୁ : ସମାଜର ପ୍ରାଚୀର ଭାଙ୍ଗି କିନ୍ନରଙ୍କ ହାତ ଧରିଲେ ଯୁବକ, ଏମିତି ଗଢି ଉଠିଥିଲା ପ୍ରେମ

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ବରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଭାବେ ଚେତାବନୀ ଦେଇଥିଲେ ଯେ, ଶ୍ରୀମନ୍ଦିର ପାଞ୍ଜି ଏବଂ ବିଧି ଅନୁସାରେ ହିଁ ବିଶ୍ୱର ସବୁ ସ୍ଥାନରେ ରଥଯାତ୍ରା ହେବା ଉଚିତ୍। ଏହା ଏକ ଗମ୍ଭୀର ସାଂସ୍କୃତିକ ଅପଚାର ବୋଲି ସେ ଦର୍ଶାଇଥିଲେ। କିନ୍ତୁ ଏହି ତାଗିଦ ପରେ ମଧ୍ୟ ଇସ୍କନ ନିଜ ଜିଦ୍‌ରେ ଅଟଳ ରହି ଏଭଳି କାର୍ଯ୍ୟକ୍ରମ ଜାରି ରଖିଛି।

ଏହି ଘଟଣାକୁ ନେଇ ଓଡ଼ିଶାର ସାଂସ୍କୃତିକ ସଂଗଠନ ‘ଓଡ଼ିଆ ଅସ୍ମିତା ପରିଷଦ’ ଏବଂ ବିଭିନ୍ନ ମନ୍ଦିରର ସେବାୟତ ସଂଘ ତୀବ୍ର ନିନ୍ଦା କରିଛନ୍ତି। ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖାଯାଇ ଏହି ମନମାନୀ ଉପରେ ତୁରନ୍ତ ଆଇନଗତ କଟକଣା ଲଗାଇବାକୁ ଦାବି କରାଯାଇଛି।

Share this story