ଅଧା ରହିଲା ତାରିଣୀ ଦର୍ଶନ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୭ ଜୀବନ!
 

7 Dead As Winger Rams Into Truck In Keonjhar
ଅଧା ରହିଲା ତାରିଣୀ ଦର୍ଶନ,

ଓଡ଼ିଆ ଗସିପ୍ ବ୍ୟୁରୋ: ଛାତି ଥରାଇଲା ପରି ଭୟଙ୍କର ଦୁର୍ଘଟଣା । ଜଣେ କି ଦୁଇ ଜଣ ନୁହଁ ଏକା ସାଙ୍ଗରେ ଚାଲିଗଲା ୭ ଜୀବନ । ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଘଟଗାଁ- ୨୦ନମ୍ବର ଜାତୀୟ ରଜପଥ ବାଲିଜୋଡ଼ି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ସୂଚନା ଅନୁସାରେ, ଏକ ଟ୍ରାଭେଲରରେ ଗଂଜାମର ପାଖାପାଖି ୧୯ଜଣ ଯାତ୍ରୀ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ । ଟ୍ରାଭେଲର ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । 

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।  ତେବେ, ଆହତଙ୍କ ମଧ୍ୟରେ ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯିବା ବୋଲି କୁହାଯାଉଛି । ତେବେ ଏଯାଏଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story