ସ୍ବାମୀ-ସ୍ତ୍ରୀଙ୍କ କଳି ୩ ବର୍ଷୀୟ ଝିଅ ଉପରେ ପଡିଲା ଭାରି, ନୃଶଂସ ବାପା କାଟିଦେଲା ଝିଅର ବେକ

3 year old girl's throat was cut by drug addict father
ନୃଶଂସ ବାପା କାଟିଦେଲା ୩ ବର୍ଷୀୟ ଝିଅର ବେକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ବାଳକାଟି ସାତକାଣିଆ ସ୍ଥିତ ଶକ୍ତି ଇଟା ଭାଟି ନିକଟରେ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଉଗ୍ରରୂପ ନେଇଛି। ଉଭୟଙ୍କ କଳିର ଚାପ ନିଷ୍ପାପ ଶିଶୁକନ୍ୟା ଉପରେ ପଡ଼ିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଝିଅର ବେକ କାଟିଲା ନୃଶଂସ ବାପା । ଘରୋଇ କଳିକୁ ନେଇ ନିଶାଗସ୍ତ ବାପା ୩ ବର୍ଷ ବୟସର କୁନିଝିଅର ତଣ୍ଟି କାଟିଛି । ଉକ୍ତ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ବାପା ଗଣେଶ୍ଵର ସିଂ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ସୂଚନା ଅନୁସାରେ ଶକ୍ତି ଇଟାଭାଟିରେ ବିଭିନ୍ନ ଜିଲ୍ଲାର ଶ୍ରମିକମାନେ କାମ କରନ୍ତି। ବାହାର ଜିଲ୍ଲାରୁ ଆସିଥିବା ଶ୍ରମିକମାନେ ଏହି ଅଞ୍ଚଳରେ ଥିବା ବସ୍ତିରେ ରୁହନ୍ତି। ଏହି କ୍ରମରେ ମୟୂରଭଂଜ ଜିଲ୍ଲାରୁ ଅଭିଯୁକ୍ତ ରୋହିଆ ସିଂହ (୩୦) ଆସିଥିଲେ। ସେ ସପରିବାର ସହିତ ଏଠାରେ ରହୁଥିଲେ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ସ୍ତ୍ରୀଙ୍କ ସହିତ ରୋହିଆର ପାରିବାରିକ କଳି ହୋଇଥିଲା। 

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ରୋହିଆ ମଦ ପିଇଥିଲା। ଏହି କାରଣରୁ ସେ ହିତାହିତ ଜ୍ଞାନ ଭୁଲି ଯାଇଥିଲା। ରାଗରେ ଜର୍ଜରିତ ହୋଇ ଏକ ବ୍ଲେଡରେ ୩ ବର୍ଷୀୟ ଝିଅର ତଣ୍ଟିକୁ କାଟି‌ ଦେଇଥିଲା। ବାପାର ଦ୍ବାରା ଆକ୍ରମଣର ଶିକାର ହେଲା ପରେ କୁନିଝିଅଟି ରକ୍ତ ଜୁଡୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲା।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ଝିଅକୁ ପ୍ରଥମେ ଉଦ୍ଧାର କରି ବାଳ‌କାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ମାତ୍ର ତାର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ପୁଲିସ ଅଭିଯୁକ୍ତ ବାପାକୁ ରଖି ଅଟକ ରଖି ପଚରାଉଚ କରିଛି।

Share this story