ଓଡ଼ିଶାରେ ୨ ରୁବେଲା ଭାଇରସ୍‌ ସଂକ୍ରମିତ ରୋଗୀ ଚିହ୍ନଟ, ଗାଁରେ ପହଞ୍ଚିଲା WHO ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ 
 

2 Rubella cases detected in Odishas Nabarangpur
ରୁବେଲାରେ ଭାଇରସ୍‌ ରେ ୨ ଜଣ ଆକ୍ରାନ୍ତ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ଓଡ଼ିଶାରେ ଚିହ୍ନଟ ହେଲା ରୁବେଲା ଭାଇରସ୍‌। ନବରଙ୍ଗପୁର ଜିଲ୍ଲାରେ ୨ ରୁବେଲା ଭାଇରସ୍‌ରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ରୁବେଲାରେ ଆକ୍ରାନ୍ତ ୨ ଜଣ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। 

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ରୁବେଲା ଭାଇରସ୍‌ ସଂକ୍ରମଣ ସନ୍ଦେହରେ ୫ଟି ନମୁନା ICMRକୁ ପଠାଯାଇଥିଲା। ଆଜି ଏହାର ରିପୋର୍ଟ ଆସିବା ସହ ସେଥିରୁ ୨ ଜଣ ୨ ରୁବେଲା ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡିଛି। ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। 

ଅଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

ଅନ୍ୟପଟେ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ୨ ଶିଶୁ ରୁବେଲା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଗାଁରେ WHO ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚିଛି। ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଘିମିରି ସଦୃଶ୍ୟ ହୋଇ ଥଣ୍ଡା, କାଶ ଜ୍ବରରେ ପୀଡ଼ିତ ହୋଇଥିଲେ ଶିଶୁ।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଚିନ୍ତାରେ ବୁଡ଼ି ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story