ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍: ୨ ମୃତ, ଜଣେ ଗୁରୁତର
 

2 killed in road accident in Odishas Balasore
ଘନ କୁହୁଡି ନେଲା ଦୁଇ ସାଙ୍ଗଙ୍କ ଜୀବନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡା ହେଇଥିବା ଟ୍ରକକୁ ଧକ୍କା ଦେଇଛି ବାଇକ୍ । ଫଳରେ  ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। 

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ସୂଚନା ମୁତାବକ ଗତକାଲି ବସ୍ତା ଥାନା ଅଧୀନସ୍ଥ ବୃନ୍ଦାବନପୁର ଗ୍ରାମର ଦୁଇ ଜଣ ଏବଂ ବାହାର୍ଦ୍ଦା ଗ୍ରାମର ଜଣେ ଯୁବକଙ୍କୁ ମିଶାଇ ମୋଟ ୩ ଜଣ ଗୋଟିଏ ବାଇକରେ ତାସାରୀ ବେଳାଭୂମିକୁ ବୁଲିବାକୁ ଯାଇ ରାତିରେ ଫେରୁଥିଲେ। ତେବେ ଉଲୁଡା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ବାଇକଟି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା।

ଅଧିକା ପଢନ୍ତୁ : ଆୟ କମ୍ ଓ ବ୍ୟୟ ଅଧିକ ହେବା ସହ ମାନସିକ ଦୁଶ୍ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ 

ମୃତ ଦୁଇ ଯୁବକ ହେଉଛନ୍ତି ବସ୍ତା ଥାନା ବୃନ୍ଦାବନପୁର ଗ୍ରାମର ବିଶ୍ବ ବିକାଶ ପରିଡ଼ା ଏବଂ ଅନ୍ୟ ଜଣେ ବାହାର୍ଦ୍ଦା ଗ୍ରାମର ଆକାଶ ଭକ୍ତା। ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ବୃନ୍ଦାବନପୁର ଗ୍ରାମର ସୁନୀଲ ବେହେରା। ଘନକୁହୁଡିରେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଜଣାପଡିବା ପରେ ଏ ଦୁର୍ଘଟଣା ସମ୍ପର୍କରେ ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଅଧିକା ପଢନ୍ତୁ :ଦୁଃଖଦ ଘଟଣା; ସ୍କୁଲ୍‌ ପକ୍ଷରୁ ପିକନିକ୍ ଯାଇଥିବା ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷକ ମୃତ୍ୟୁ
 

Share this story